ବିନିକା ବ୍ଲକରେ ବିରୋଧୀ ଦଳ ନେତା ନରସିଂହଙ୍କ ଜୋରଦାର ନିର୍ବାଚନୀ ପ୍ରଚାର

0
144
ବିନିକା ବ୍ଲକରେ ବିରୋଧୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୮/୨) : ବିନିକା ବ୍ଲକରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଜୋରଦାର ନିର୍ବାଚନୀ ପ୍ରଚାର କରିଛନ୍ତି । ସେ କହିଛନ୍ତି, ବିଗତ ଜିଲ୍ଲା ପରିଷଦ ନିର୍ବାଚନରେ ଆପଣମାନେ ବିଜେପି ଓ ବିଜେଡି କୁ ପରିଷଦ ଗଠନ ପାଇଁ ଆପଣଙ୍କ ବହୁ ମୁଲ୍ୟ ଭୋଟ ବିଗତ ବର୍ଷ ମାନଙ୍କରେ ଦେଇ ସାରିଛନ୍ତି । ମାତ୍ର ୫ ବର୍ଷ ପୂର୍ବରୁ ଏଇ ଅଞ୍ଚଳ ଅବସ୍ଥା ଯାହାଥିଲା ଆଜି ବି ସେଇ ଅବସ୍ଥା ।

ବିନିକା ବ୍ଲକରେ ବିରୋଧୀ ଦଳ ନେତା ନରସିଂହ ନିର୍ବାଚନୀ ପ୍ରଚାର ବେଳେ କହିଛନ୍ତି ଯେ, ଏହି ଅଞ୍ଚଳରେ ରାସ୍ତାଘାଟ ବିଜୁଳି, ପାଣି ର ଅବସ୍ଥା ଅତି ଖରାପ । ଏଠି ଦୁଇ ଫସଲି ଧାନ ହେଉଥିଲେ ମଧ୍ୟ କଟନୀ ଛଟନୀ ଫଳରେ ଅଞ୍ଚଳ ର ଚାଷୀ ଅବସ୍ଥା ସୁଧୁରି ପାରୁନାହିଁ । ତା’ ଛଡା ଅଞ୍ଚଳରେ ଶିକ୍ଷା ଓ ରୋଜଗାର ଅବସ୍ଥା ନ କହିବା ଭଲ । ତେଣୁ ଆମେ ଯଦି ଏଠିକାର ବିକାଶ ଚାହୁଁ ତେବେ ବାରମ୍ବାର ଭୁଲ ନ କରି ଏଥର କଂଗ୍ରେସ କୁ ଭୋଟ ଦେଇ ଜିଲ୍ଲା ପରିଷଦ ଗଠନ ପାଇଁ ସହଯୋଗ କରନ୍ତୁ ।

ଆଜି ସୋନପୁର ଜିଲ୍ଲା ବିନିକା ବ୍ଲକ ର ଜିଲ୍ଲା ପରିଷଦ ଜୋନ ନଂ ୧ ର ପ୍ରାର୍ଥୀନୀ ମଞ୍ଜୁଲତା ମହାନନ୍ଦ ଓ ଜୋନ ୨ ର ପ୍ରାର୍ଥୀ ପ୍ରଦୀପ ସେଠୀ ଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ତଥା ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଆଜି ବିନିକା ବ୍ଲକ ଅନ୍ତର୍ଗତ ଜୋନ ୧ ର ବାଙ୍କିଘିର୍ଡି, ସିଂଘିଯୁବା, ଚରଦା ଜୋନ ୨ ର ଶଙ୍କରା, କୁଇବାହାଲ, ଅମାମୁଣ୍ଡା, ମହଦା, କୌଡିଆମୁଣ୍ଡା ଓ ବାଞ୍ଜିପାଲି ଗ୍ରାମରେ କଂଗ୍ରେସ ଦଳ ତରଫରୁ ନିର୍ବାଚନୀ ସଭା ସବୁ ଅନୁଷ୍ଠିତ ହୋଇଥିଲା ।

ଶ୍ରୀ ମିଶ୍ର ତଥା ଉଭୟ ପ୍ରାର୍ଥୀ ଭୋଟ ମାଗିବା ବେଳେ ଲୋକେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ବାରମ୍ବାର ଭୋଟ ଦେଇ କିପରି ଠକେଇ ରେ ପଡୁଛନ୍ତି ସେ ଉପରେ ସାଧାରଣ ଜନତାଙ୍କୁ ସଚେତନ କରିଥିଲେ । ଏଇ ଜିଲ୍ଲା ପରିଷଦ ନିର୍ବାଚନରେ ଲୋକେ ଅଞ୍ଚଳର ବିକାଶ ପାଇଁ କଂଗ୍ରେସ ଦଳ କୁ ଭୋଟ ଦେଇ ଏଥର ଏକ ବଡ ରାଜନୈତିକ ପରିବର୍ତ୍ତନ ଆଣନ୍ତୁ ବୋଲି ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରିଥିଲେ ।

ଏହି ପ୍ରଚାର ବେଳେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ଜିଲ୍ଲା ସଭାପତି ଗୌରୀଶ୍ୟାମ ପଣ୍ଡା, ମହିଲା ଶୋଭାନେତ୍ରୀ ସୂର୍ଯ୍ୟକାନ୍ତି ବାଗ, ଜିଲ୍ଲା ସାଧାରଣ ସଂପାଦକ ଚନ୍ଦ୍ରମଣି ତ୍ରିପାଠି, ଯୁବ ସଭାପତି ପ୍ରିୟବ୍ରତ ସାହୁ, ସୁଧୀର ପଣ୍ଡା, ସଂଗ୍ରାମ କେଶରୀ ନାୟକ, ବ୍ଲକ ସଭାପତି ରବୀନ୍ଦ୍ର ହୋତା, ବରିଷ୍ଠ କଂଗ୍ରେସ ନେତା ନରେନ୍ଦ୍ର ସାହୁ, ରାଘବ ଦାସ, ସୁଧାଂଶୁ ପଣ୍ଡା, ଗୋପୀନାଥ ପଣ୍ଡା, ଗୋବିନ୍ଦା ଝାଙ୍କର ପ୍ରମୁଖ ଉପସ୍ଥିତ ଥିଲେ ।