ଯେକୌଣସି ସମୟରେ ହୋଇପାରେ ବିଶ୍ୱଯୁଦ୍ଧ : ବାଇଡେନ୍ 

0
163
ଯେକୌଣସି ସମୟରେ

ରିପୋର୍ଟ : ସୁଭାସିସ ନାୟକ
ଆମେରିକା/ନୂଆଦିଲ୍ଲୀ, (୧୧/୦୨) : ଅନେକ ଚେଷ୍ଟା ପରେ ବି ଋଷ ଓ ୟୁକ୍ରେନ୍ ମଧ୍ୟରେ ବିବାଦ ଥମିବାର ନାଁ ନେଉନି । ଏଥିପାଇଁ ଆମେରିକା ମଧ୍ୟ ଏବେ ହରଡଘଣାରେ । ଯେକୌଣସି ସମୟରେ ଯୁଦ୍ଧ ଆଶଙ୍କା ନେଇ ୟୁକ୍ରେନରେ ଥିବା ଆରେିକୀୟଙ୍କୁ ତୁରନ୍ତ ନିଜ ଦେଶକୁ ପଳାଇ ଆସିବାକୁ କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ- ବାଇଡେନ୍

ବର୍ତ୍ତମାନ ସ୍ଥିତି ଏତେ ଗମ୍ଭୀର ହୋଇଛି ଯେ, ଯେକୌଣସି ସମୟରେ ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ହେବାର ସମ୍ଭାବନା କୁ ଏଡାଇ ଦିଆଯାଇ ନପାରେ । ଯଦି ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୁଏ ତେବେ ଚାହୁଁ ଚାହୁଁ ଏହା ବିଶ୍ୱ ଯୁଦ୍ଧରେ ପରିଣତ ହେବାକୁ ବେଶି ସମୟ ଲାଗିବ ନାହିଁ । କାରଣ ଏହି ଯୁଦ୍ଧରେ ଆମେରିକା ସହିତ ଅନ୍ୟ ପଶ୍ଚାତ୍ୟ ଦେଶ ଗୁଡିକ ୟୁକ୍ରେନ କୁ ସମର୍ଥନ କରିବେ ଏବଂ ଚୀନ୍ ଋଷ କୁ ସମର୍ଥନ କରିବ ବୋଲି କହିଛନ୍ତି ବାଇଡେନ୍ ।

ଆମେରିକା ର ରାଷ୍ଟ୍ରପତି ଜୋ ବିଡେନ୍ ନିଜ ନାଗରିକ ମାନଙ୍କୁ ରୁଷୀୟ ଆକ୍ରମଣ ର ବଢୁଥିବା ସମ୍ଭାବନା କୁ ଦୃଷ୍ଟିରେ ରଖି ୟୁକ୍ରେନ୍ ଛାଡିବାକୁ କହିଛନ୍ତି । ଏଏଫପି ସମ୍ବାଦ ଏଜେନ୍ସି ଅନୁଯାୟୀ, ବାଇଡେନ କହିଛନ୍ତି ଯେ ଆମେରିକୀୟ ନାଗରିକମାନେ ଯଥାଶୀଘ୍ର ୟୁକ୍ରେନ ଛାଡିବା ଉଚିତ୍ । ୟୁକ୍ରେନରେ ରୁଷୀୟ ଆକ୍ରମଣ ର ବିପଦକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ବିଡେନ ଏହି ଆବେଦନ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ୟୁକ୍ରେନ ଉପରେ ଆକ୍ରମଣ ଘଟଣାରେ ରୁଷ କୁ ପ୍ରବଳ କ୍ଷତି ସହିବାକୁ ପଡିବ ବୋଲି ଆମେରିକା ଚେତାବନୀ ଦେଇଥିଲେ ଏହାକୁ ଋଷ ଭ୍ରୁକ୍ଷେପ ନ କରି ନିଜ ଜିଦରେ ଅଟଳ ରହିଛି । ସେହିପରି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଗୁରୁବାର ଦିନ କହିଛନ୍ତି ଯେ ୟୁକ୍ରେନ ସଙ୍କଟ ଗତ କିଛି ଦଶନ୍ଧି ମଧ୍ୟରେ ୟୁରୋପ ର “ସବୁଠାରୁ ବିପଜ୍ଜନକ ମୁହୂର୍ତ୍ତ” ରେ ପ୍ରବେଶ କରିଛି ।

ଏହି ସମୟରେ ୟୁକ୍ରେନ ର ଉତ୍ତରରେ ଅବସ୍ଥିତ ବେଲାରୁଷ ସୈନ୍ୟବାହିନୀ ର ସାମରିକ କାର୍ୟ୍ୟକଳାପ ସକ୍ରିୟ ରହିଛି । ୟୁକ୍ରେନ ର ସୀମା ନିକଟରେ ଏକ ନିୟୁତ ରୁ ଅଧିକ ରୁଷୀୟ ସେନା ସଜାଗ ରହିଛନ୍ତି । ଏପରି ସ୍ଥିତିରେ ଋଷ ଓ ୟୁକ୍ରେନ ର ଯୁଦ୍ଧ କୁ ଆଡେଇ ଦେବାଭଳି କିଛି ସ୍ଥିତି ମନେ ହେଉନାହିଁ ବୋଲି କିଛି ପାଶ୍ଚାତ୍ୟ ରାଷ୍ଟ୍ର ମତ ପ୍ରକାଶ କରିଛନ୍ତି ।