ଶୁକ୍ରବାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା : ୩ ଦିନ ଯାଏଁ ଜାରି ରହିବ ଶୀତ ପ୍ରକୋପ

0
250
ଶୁକ୍ରବାର

ରିପୋର୍ଟ : ରାମନାଥ ଗନ୍ତାୟତ //
ଭୁବନେଶ୍ୱର, (୧୧/୦୨) : ଶୁକ୍ରବାର ରାଜ୍ୟ ର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ପଶ୍ଚିମା ଝଡ଼ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ରାଜ୍ୟରେ ଆସନ୍ତା ତିନି ଦିନ ଶୀତ ବଢିବ । ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଶୀତ ବଢ଼ିପାରେ । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ୧୩ ତାରିଖ ପରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପୁଣି ରାତି ତାପମାତ୍ରା ବଢ଼ିପାରେ । ୧୮ ବେଳକୁ ରାଜ୍ୟ ର ଅଧିକାଂଶ ସ୍ଥାନରେ ଦିନ ଓ ରାତି ତାପମାତ୍ରା ବଢ଼ିବ । ଦିନ ତାପମାତ୍ରା ୩୨ ରୁ ୩୩ ଡିଗ୍ରୀ ରହିବ ବୋଲି ମଧ୍ୟ ସେ ଆକଳନ କରିଛନ୍ତି । ଶୁକ୍ରବାର ଉପକୂଳ ଓଡ଼ିଶାର କିଛି ସ୍ଥାନରେ କୁହୁଡ଼ି ଅନୁଭୂତ ହୋଇପାରେ । ଆସନ୍ତା ୩ ଦିନ ଯାଏଁ ରାତି ତାପମାତ୍ରା ୩ ରୁ ୫ ଡିଗ୍ରୀ କମିବ ।