ଗୋଷାଣୀ ବ୍ଲକ ର ସୋବରା ପଞ୍ଚାୟତ ରେ ବିଜେଡ଼ି ର ମିଶ୍ରଣ ପର୍ବ

0
142
ଗୋଷାଣୀ ବ୍ଲକ ର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୧/୦୨) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ର ସୋବରା ପଞ୍ଚାୟତ ରେ ବିଜେଡ଼ି ର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।

ଆଜି ର ଗୋଷାଣୀ ବ୍ଲକ ର ସୋବରା ପଞ୍ଚାୟତ ରେ ଏହି ମିଶ୍ରଣ ପର୍ବ ରେ ରାଜ୍ୟ ବିଜେଡ଼ି ର ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଗଜପତି ଜିଲ୍ଲା ନିର୍ବାଚନ ପରିଚାଳନା ଦାୟିତ୍ଵ ରେ ଥିବା ହାଇଟେକ୍ ହସ୍ପିଟାଲ ର ଅଧ୍ୟକ୍ଷା ପ୍ରତିଷ୍ଠାତା ଶ୍ରୀ ତିରୁପତି ପାଣିଗ୍ରାହୀ ଙ୍କ ନେତୃତ୍ୱରେ ପ୍ରାୟ ୫୦ ଜଣ ବିଜେପି କର୍ମୀ ନବୀନ ବବି ନିସ୍ୱଚ୍ଛ ଶାସନ ରେ ଅନୁପ୍ରାଣିତ ହୋଇ ବିଜେଡ଼ି ରେ ସାମିଲ୍ ହୋଇଛନ୍ତି । ତା’ ସାଙ୍ଗ କୁ ଜିଲ୍ଲା ବିଜେଡ଼ି ସଂଗଠନ ଦାୟିତ୍ଵ ରେ ଥିବା ତିରୁପତି ବାବୁ ଙ୍କ ଗୋଟି ଚାଳନା ଯୋଗୁଁ ଦିନ କୁ ଦିନ ବିଜେଡ଼ି ସଂଗଠନ ବୃଦ୍ଧି ପାଉଛି ।