ଓଜନ କମାଇବାକୁ ଚାହୁଁଛନ୍ତି କି ? ଦ୍ୱିପହର ଖାଇବାରେ ସାମିଲ କରନ୍ତୁ ଏସବୁ ଖାଦ୍ୟ

0
134
ଓଜନ କମାଇବାକୁ ଚାହୁଁଛନ୍ତି

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୧୨/୦୨) : ଫିଟ୍ ରହିବା ମସସ୍ତଙ୍କ ପାଇଁ ଏକ ବଡ ଚ୍ୟାଲେଂଜ । ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି ଏଥିପାଇଁ ବ୍ୟାୟାମ ସହ ଖାଦ୍ୟପେୟ ଉପରେ ଗୁରୁତ୍ୱ ଦେବା ନିହାତି ଜରୁରୀ । ବିଶେଷ କରି ଦ୍ୱିପହର ଖାଇବାରେ କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ସାମିଲ କଲେ ଦ୍ରୁତ ଗତିରେ ମୋଟାପା କମିବାରେ ସାହାଯ୍ୟ କରେ

କରୋନା ସମୟରେ ୱାର୍କ ଫ୍ରମ୍ ହୋମ୍ ନିୟମ ଲାଗୁ ହେବା ପରେ ଘରେ ବସି କାମ କରିବା ଯୋଗୁଁ ଅନେକଙ୍କ ଜୀବନ ଶୈଳୀରେ କିଛି ପରିବର୍ତ୍ତନ ହୋଇଛି । କାମ ର ଚାପ ମଧ୍ୟରେ ନିଜ ଖାଇବା ପିଇବା ଉପରେ ଅନେକ ଗୁରୁତ୍ୱ ଦେଇ ନ ଥାନ୍ତି । କେବଳ ଜଳଖିଆ ଓ ରାତ୍ରିି ଭୋଜନ ଉପରେ କିଛିଟା ଗୁରୁତ୍ୱ ଦିଅନ୍ତି । ସେମାନେ ଭାବନ୍ତି ଏହି ଦୁଇ ବେଳା ଭଲ ପୋଷଣ ଯୁକ୍ତ ଖାଦ୍ୟ ଖାଇଲେ ଫିଟନେସ୍ ବଜାୟ ରହିବ । ଯଦି ଆପଣ ମଧ୍ୟ ଓଜନ କମାଇବାକୁ ଚାହୁଁଛନ୍ତି ଜାଣି ରଖନ୍ତୁ ସକାଳ ର ଖାଇବା ସହ ଦ୍ୱିପହର ର ଖାଇବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଏଥିରେ ଆପଣ ପ୍ରୋଟିନ୍, କ୍ୟାଲୋରୀ, ଫାଇବର ଯୁକ୍ତ ଖାଦ୍ୟ ସାମିଲ କରିବା ନିହାତି ଜରୁରୀ ।

ତେବେ ଓଜନ କମାଇବାକୁ ଦ୍ୱିପହର ର ଖାଦ୍ୟରେ କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ସାମିଲ କଲେ ଓଜନ ଦ୍ରୁତ କମିବାର ନଜିର ମଧ୍ୟ ରହିଛି ।

ସନ୍ତୁଳା : ଭାରତୀୟ ଖାଦ୍ୟରେ ସନ୍ତୁଳା ଏକ ମୁଖ୍ୟ ଖାଦ୍ୟ । ସବୁ ପ୍ରକାର ପନିପରିବା ମିଶାଇ ସନ୍ତୁଳା ପ୍ରସ୍ତୁତ କରିବା ଅନେକଙ୍କ ଖାଦ୍ୟ ର ଏକ ମୁଖ୍ୟ ଅଂଶ । ଏଥିରେ ତେଲ ମସଲା ର ବ୍ୟବହାର ଖୁବ କମ ବା ଆଦୌ ହେଉ ନ ଥିବାରୁ ଏହା ସ୍ୱାସ୍ଥ୍ୟପ୍ରଦ । ଏହାସହ ଲଂଚରେ ଶାଗ କିମ୍ବା ପତ୍ର ଜାତୀୟ ପରିବା ସାମିଲ କରିବା ଉଚିତ । ଏଥିରେ ଥିବା କ୍ୟାଲସିୟମ, ଆଇରନ୍ ଓ ଭିଟାମିନ୍ –ଏ ଭରପୁର ମାତ୍ରାରେ ଥିବାରୁ ଏହା ଶରୀରକୁ ଅନେକ ରୋଗ ରୁ ଦୂରେଇ ରଖେ ।

ଡାଲି : ଡାଲି ଜାତୀୟ ଖାଦ୍ୟ ଶରୀର ପାଇଁ ବେଶ ଲାଭପ୍ରଦ । ଡାଲିରେ ପ୍ରୋଟିନ୍, ଆଇରନ୍, ଜିଙ୍କ୍, ଭରପୁର ମାତ୍ରାରେ ରହିଥାଏ । ଡାଲି ଜାତୀୟ ଖାଦ୍ୟ ଶରୀରକୁ ପୋଷଣ ଯୋଗାଇବା ସହ ଶରରୀ ର ଆର୍ଦ୍ରତା ମଧ୍ୟ ବଜାୟ ରଖେ । ତେଣୁ ଲଂଚରେ ବିଭିନ୍ନ ପ୍ରକାର ଡାଲି ଜାତୀୟ ଖାଦ୍ୟକୁ ସାମିଲ କରିବା ଉଚିତ ।

ଦହି : ଦ୍ୱିପହର ଖାଦ୍ୟରେ ଦହିକୁ ସାମିଲ କରିବାକୁ ଭୁଲନ୍ତୁ ନାହିଁ । ଦହିକୁ ବିଭିନ୍ନ ଉପୟାରେ ଯେପରି ଦହି କଡି ହେଉ ବା ସାଲାଡରେ ହେଉ ବା ରାଇତା ଭାବେ ହେଉ ସାମିଲ କରିବା ଉଚିତ । କାରଣ ଦହି ଖାଇବା ଦ୍ୱାରା ଶରୀର ର ମେଦ କମିବା ସହ ଚେହେରାରେ ଚମକ ମଧ୍ୟ ଆସିଥାଏ ।