ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନୂଆଁ ସର୍କୁଲାର ଜାରି

0
159

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୧୩/୦୨) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନୂଆଁ ସର୍କୁଲାର ଜାରି ହୋଇଛି । ଆସନ୍ତା ୧୬ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନେଇ ପ୍ରସ୍ତୁତି କରୁଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

ଆଜି ଜିଲ୍ଲାପାଳ ମାନଙ୍କ ସହ ଡିଜିଟାଲ ବୈଠକ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢୀ । ଉଭୟ ପୌର ଓ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମ୍ପର୍କରେ ଆଲୋଚନା ହୋଇଛି । ଭୋଟ ପ୍ରଚାର ସରିବା ପରେ ଭୋଟ ହେଉଥିବା ଅଞ୍ଚଳରେ କୌଣସି ନେତା କି ଅନ୍ୟ ଅଞ୍ଚଳ ର ଲୋକ ରହିପାରିବେ ନାହିଁ । ୧୪ ତାରିଖ ସଂଧ୍ୟା ୭ଟା ସୁଦ୍ଧା ବାହାର ଲୋକ ଓ ନେତା ଗାଁ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି, ନିର୍ବାଚନ ର ୩୬ ଘଣ୍ଟା ପୂର୍ବରୁ ଲାଉଡ ସ୍ପିକର ବନ୍ଦ ରହିବ ।

ପ୍ରଥମ ପର୍ଯ୍ୟାୟରେ ୭୧ ଟି ବ୍ଲକ ର ୨ ଶହ ଜିଲ୍ଲା ପରିଷଦ, ୧ ହଜାର ୬୬୯ ଜଣ ପଞ୍ଚାୟତ ଓ ୨୨ ହଜାର ୩୭୯ ୱାର୍ଡ ମେମ୍ବର ପାଇଁ ମତଦାନ ହେବ । ୬୭ ଲକ୍ଷ ୫୧ ହଜାର ଭୋଟର ମତ ସାବ୍ୟସ୍ତ କରିବେ । ଏଥିପାଇଁ ୧୪ ଓ ୧୫ ତାରିଖରେ ପୁଲିଂ ଅଧିକାରୀ ମତଦାନ କେନ୍ଦ୍ରରେ ପହଞ୍ଚିବେ । ସିସିଟିବି ରେ ଷ୍ଟ୍ରଙ୍ଗ ରୁମ୍ ଉପରେ ନଜର ରଖାଯିବ । କେତେକ ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି, ସେହି ସବୁ ବୁଥରେ ଅଧିକ ପୁଲିସ ମୁତୟନ କରାଯିବ ।