ଚଳିତ ବର୍ଷ ମଧ୍ୟ କଟକଣାରେ ପାଳନ ହେବ ମହା ଶିବରାତ୍ରି

0
127
ଚଳିତ ବର୍ଷ ମଧ୍ୟ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୧୩/୦୨) : ଚଳିତ ବର୍ଷ ମଧ୍ୟ କଟକଣାରେ ପାଳନ ହେବ ମହା ଶିବରାତ୍ରି l କୋଭିଡ୍ କଟକଣା ମଧ୍ୟରେ ଚଳିତବର୍ଷ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ପବିତ୍ର ମହା ଶିବରାତ୍ରି ଅନୁଷ୍ଠିତ ହେବ । ଆଜି ମନ୍ଦିର ଟ୍ରଷ୍ଟ ବୋର୍ଡ ସହ ଜିଲ୍ଲା ପ୍ରଶାସନ ର ବୈଠକରେ ଏହି ନିଷ୍ପତ୍ତ ନିଆଯାଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ଆସନ୍ତା ମାର୍ଚ୍ଚ ୧ ତାରିଖରେ ‘ମହା ଶିବରାତ୍ରି ’ ଅନୁଷ୍ଠିତ ହେଉଥିବା ବେଳେ କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲିଙ୍ଗରାଜ ମନ୍ଦିରରେ ସୀମିତ ଶ୍ରଦ୍ଧାଳୁରେ ସମସ୍ତ ରୀତିନୀତି ପାଳିତ ହେବ । ଲିଙ୍ଗରାଜ ମନ୍ଦିରରେ ଜାଗର ମହାଦୀପ ମାର୍ଚ୍ଚ ୧ ତାରିଖ ରାତି ୧୦ ଟାରେ ଉଠିବ ।

ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ସହ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ବେଳେ କୋଭିଡ୍ ଗାଇଡ ଲାଇନ କୁ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । ମହା ଶିବରାତ୍ରିରେ ଆବଶ୍ୟକ ରୀତିନୀତି ଦାୟିତ୍ୱରେ ଥିବା ସେବାୟତ ମାନଙ୍କ ପାଇଁ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।