ଆଇପିଏଲ-୨୦୨୨ ମେଗା ଅକ୍ସନ : ହଠାତ୍ ଅଚେତ୍ ହୋଇ ତଳେ ପଡ଼ିଲେ ନିଲାମକାରୀ

0
157
ଆଇପିଏଲ-୨୦୨୨ ମେଗା

ରିପୋର୍ଟ : ସୁଭାସିସ ନାୟକ
ବେଙ୍ଗାଲୁରୁ, (୧୩/୦୨) : ଆଇପିଏଲ-୨୦୨୨ ମେଗା ଅକ୍ସନରେ ଘଟିଛି ଅଘଟଣ । ଶ୍ରୀଲଙ୍କା ର ସ୍ପିନ୍ ଅଲରାଉଣ୍ଡର୍ ୱାନିନ୍ଦୁ ହସରଙ୍ଗାଙ୍କୁ ନିଲାମ ପାଇଁ ଡାକ ଚାଲିଥିଲ। । ହସରଙ୍ଗାଙ୍କ ପାଇଁ ୧୦ କୋଟିରୁ ଅଧିକ ଟଙ୍କାର ଡାକ ଚାଲିଥିବା ବେଳେ ହଠାତ୍ ନିଲାମକାରୀ ହ୍ୟୁଜ ତଳେ ପଡ଼ିଯାଇଥିଲେ ।

ଆଇପିଏଲ-୨୦୨୨ ମେଗା ଅକ୍ସନ ରେ ନିଲାମ ଚାଲିଥିବା ବେଳେ ଅକ୍ସନିର ବା ନିଲାମକାରୀ ହ୍ୟୁଜ୍ ଏଡମିଡ୍ସ ହଠାତ୍ ଅଚେତ୍ ହୋଇ ତଳେ ପଡ଼ିଯାଇଥିଲେ । ଯେଉଁ କାରଣରୁ ନିଲାମକୁ ସ୍ଥଗିତ ରଖାଯାଇଛି । ଆଇପିଏଲ୍ ନିଲାମ ଇତିହାସରେ ପ୍ରଥମଥର ଏଭଳି ଅଘଟଣ ଘଟିଛି । ତେବେ ଏ ନେଇ ଆଇପିଏଲ୍ କିମ୍ବା ବିସିସିଆଇ ପକ୍ଷରୁ ଅଫିସିଆଲ୍ ଘୋଷଣା କରାଯାଇନାହିଁ । ତେବେ ସେ କେଉଁ କାରଣରୁ ଏମିତି ତଳେ ପଡ଼ିଗଲେ, ତାହା ଜଣାପଡ଼ିନାହିଁ । ବିସିସିଆଇ ମେଡିକାଲ୍ ଟିମ୍ ତାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେଇଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

ହ୍ୟୁଜଙ୍କ ଏଭଳି ଅଚେତ୍ ହେବା ଦ୍ୱାରା ନିଲାମକୁ ତୁରନ୍ତ ସ୍ଥଗିତ କରିଦିଆଯାଇଛି । ତେବେ ସେ ଆଗକୁ ନିଲାମରେ ଭାଗ ନେଇପାରିବେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ । ତେବେ ଆଇପିଏଲ୍ ନିଲାମ ପ୍ରକ୍ରିୟା ଅପରାହ୍ଣ ସାଢ଼େ ୩ଟା ବେଳେ ପୁଣି ଆରମ୍ଭ ହେବ ବୋଲି ସୂଚନା ମିଳିଛି । ହ୍ୟୁଜ୍ ବ୍ରିଟେନରେ ରହୁଥିବା ଫାଇନ୍ ଆର୍ଟ, କ୍ଲାସିକ୍ ଏବଂ ଚ୍ୟାରିଟିର ଅକ୍ସନ ଏକ୍ସପର୍ଟ । ସେ ୩୫ ବର୍ଷରୁ ଅଧିକ ସମୟ ଧରି ଅକ୍ସନ୍ କରିଆସୁଛନ୍ତି ଏବଂ ଏପର୍ଯ୍ୟନ୍ତ ସମଗ୍ର ଦୁନିଆରେ ୨୫୦୦ ରୁ ଅଧିକ ଅକ୍ସନ କରିସାରିଛନ୍ତି ।

ଏହି ୨୫୦୦ ଅକ୍ସନରେ ସେ କୋଟି କୋଟି ଟଙ୍କାରୁ ଅଧିକ ଦାମ ର ସାମଗ୍ରୀ ବିକ୍ରି କରାଇଛନ୍ତି । ସେ ଚ୍ୟାରିଟି ଅକ୍ସନ୍ ପାଇଁ ଦୁବାଇ, ହଂକଂ, କାସାବ୍ଲାଙ୍କା, ନ୍ୟୁୟର୍କ, ମୁମ୍ବାଇ, ମଣ୍ଟେ କାର୍ଲୋ, ଲସ୍ ଆଞ୍ଜେଲିସ୍ ଓ ଟୋକିଓ ସମେତ ୩୦ ରୁ ଅଧିକ ସହର ଗସ୍ତ କରିସାରିଛନ୍ତି । ସେ ଅଢ଼େଲ ଲକ୍ଷ କୋଟି ରୁ ଅଧିକ ଟଙ୍କା ର ନିଲାମ ଡାକି ସାରିଲେଣି ।