ଆଇପିଏଲ ମେଗା ଅକ୍ସନ୍ ୨୦୨୨ : ରାଇନା ଓ ସ୍ମିଥ ଅନସୋଲ୍ଡ

0
143
ଆଇପିଏଲ ମେଗା ଅକ୍ସନ୍

ରିପୋର୍ଟ : ସୁଭାସିସ ନାୟକ
ବେଙ୍ଗାଲୁରୁ, (୧୩/୦୨) : ଆଇପିଏଲ ମେଗା ଅକ୍ସନ୍ ୨୦୨୨ ର ଦ୍ୱିତୀୟ ସେଟରେ ବ୍ୟାଟର୍ସଙ୍କ ନିଲାମରେ ଅନସୋଲ୍ଡ ରହିଛନ୍ତି ଭାରତର ପୂର୍ବତନ ବ୍ୟାଟର୍ ସୁରେଶ ରାଇନା, ଦକ୍ଷିଣ ଆଫ୍ରିକା ର ବିସ୍ଫୋରକ ବ୍ୟାଟର ଡେଭିଡ୍ ମିଲର୍ ଓ ଅଷ୍ଟ୍ରେଲିଆ ଷ୍ଟିଭ୍ ସ୍ମିଥଙ୍କୁ ମଧ୍ୟ କେହି କିଣିନାହାନ୍ତି । 

ତେବେ ଏହି ଖେଳାଳିମାନଙ୍କୁ ପରବର୍ତ୍ତୀ ସମୟରେ ନିଲାମ ହୋଇପାରନ୍ତି । ଆଇପିଏଲ ମେଗା ଅକ୍ସନ୍ ୨୦୨୨ ର ଦ୍ୱିତୀୟ ସେଟରେ ବ୍ୟାଟର୍ସଙ୍କ ମଧ୍ୟରେ ବାଜି ମାରିଛନ୍ତି ଦେବଦତ୍ତ ପାଡିକଲ ଓ ୱେଷ୍ଟଇଣ୍ଡିଜର ଶିମରନ୍ ହେଟମେୟର । ଦେବଦତ୍ତ ପାଡିକଲଙ୍କୁ ୭.୭୫ କୋଟି ଟଙ୍କାରେ ରାଜସ୍ଥାନ ରୟାଲ୍ସ କିଣି ନେଇଛି । ସେହିପରି ହେଟମେୟରଙ୍କୁ ରାଜସ୍ଥାନ ରୟାଲ୍ସ ୮.୫ କୋଟି ଟଙ୍କାରେ ନିଜ ଟିମରେ ସାମିଲ୍ କରିଛି ।

ମନୀଷ ପାଣ୍ଡେଙ୍କୁ ୪.୬୦ କୋଟି ଟଙ୍କାରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ କିଣିଥିବା ବେଳେ ରବିନ୍ ଉଥାପ୍ପାଙ୍କୁ ୨ କୋଟି ଟଙ୍କାର ବେସ୍ ପ୍ରାଇସରେ ଚେନ୍ନାଇ ସୁପର୍ କିଙ୍ଗସ୍, ଜେସନ୍ ରୟଙ୍କୁ ୨ କୋଟି ଟଙ୍କାର ବେସ୍ ପ୍ରାଇସରେ ଗୁଜରାଟ ଲାୟନ୍ସ କିଣିଛି ।