ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀଙ୍କ କାର୍ଯ୍ୟକାଳ ସରିଲାଣି,ତଥାପି କରୁଛନ୍ତି କାମ

0
211

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,ତା(୨୭/୦୭) : ପ୍ରାୟ ଦୁଇ ମାସରୁ ଅଧିକ ହେଲାଣି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧକ୍ଷା ଶ୍ରୀମତୀ ସନ୍ଧ୍ୟାବତୀ ପ୍ରଧାନଙ୍କ କାର୍ଯ୍ୟକାଳ ସରିଲାଣି କିନ୍ତୁ ତାଙ୍କୁ ୱର୍କ ଆଣ୍ଡ ପେ ହିସାବରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ବଢାଯାଇଛି ତାଙ୍କ ପଦବୀ । ନୂତନ ପଦବୀକୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟଳୟ ଚଳଚଞ୍ଚଳ ହୋଇପଡିଛି କିନ୍ତୁ ସନ୍ଧ୍ୟାବତୀ ଏବେ ଛାଡିବାକୁ ନାରାଜ |WhatsApp Image 2021 07 27 at 9.59.32 AM ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀଙ୍କ କାର୍ଯ୍ୟକାଳ ସରିଲାଣି,ତଥାପି କରୁଛନ୍ତି କାମ

ସନ୍ଧ୍ୟାବତୀଙ୍କ ପାଇଁ ଶାସକ ଦଳର ଏକ ସାଂସଦ ଭିତିରି ଓକିଲାତି କରି ତାଙ୍କ ପଦକୁ ଆହୁରି ଥରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା କରିବାକୁ ଜିଦି ଧରୁଛନ୍ତି | ହେଲେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଅମଙ୍ଗ,ସେଥି ପ୍ରତି ନଜର ଦେଇ ସାଂସଦ ଙ୍କ କଥା ନ ଭାଙ୍ଗିପାରି କିଛି ଦିନପାଇଁ ହାଇକମାଣ୍ଡର ଅଫିସରୁ ନିର୍ଦ୍ଦେଶ ପରେ ଅବଧି ବଢାଇଥିବା ଖବର ମିଳିଛି । ସେହି ସାଂସଦଙ୍କ ଦଳକୁ ବହୁ ଫାଇନିସିଆଲ ରିପୋର୍ଟ ରହିଛି ବୋଲି ଚର୍ଚ୍ଚା ହେଉଛି |

ସେହି ପରିପେକ୍ଷିରେ ଦେଖିବାକୁ ଗଲେ ଆଗକୁ ଆସୁଛି କରୋନାର ତୃତୀୟ ଲହର । ଏହି ମହାମାରୀରେ ଶିଶୁ ମାନଙ୍କ ଉପରେ ପ୍ରଭାବ ପକାଇବା ଯଥେଷ୍ଟ ସମ୍ବାବନା ଅଛି , ରାଜ୍ୟ ସରକାର ଏଥିପାଇଁ ଏହାକୁ ରୋକିବାକୁ ସଜବାଜ ହେଉଛନ୍ତି । ଏହାକୁ ଆଖିଆଗରେ ରଖି ରାଜ୍ୟ ସରକାର ଅଧ୍ୟକ୍ଷା ପଦବୀ କୁ ଯଥାଶୀଘ୍ର ପୂରଣ କରିବାକୁ ଯାଉଛନ୍ତି ।WhatsApp Image 2021 07 27 at 9.59.37 AM ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀଙ୍କ କାର୍ଯ୍ୟକାଳ ସରିଲାଣି,ତଥାପି କରୁଛନ୍ତି କାମ

କାହାକୁ ବି ଦଳୀୟ ଚେହେରାକୁ ଅଧ୍ୟକ୍ଷା ପାଇଁ ଆଣିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ । ସେଥିପାଇଁ ରେସ ରେ ଥିବା ସୂଚନା ଅନୁସାରେ ନାରୀ ନେତ୍ରୀ ସୁଲତା ଦେଓ ପୂର୍ବତନ ସଦସ୍ୟା ଗୀତାଞ୍ଜଳି ବସ୍ତିଆ,ନିବେଦିତା ନାୟକ, ଯୁବ ବିଜେଡି ସଚିବ ଏଲିନା ଦାଶ, କାର୍ଯ୍ୟକାରି ସଦସ୍ୟା ଜ୍ୟୋଷ୍ଣା ପରିଡା ଇତ୍ୟାତି ଙ୍କ ନାମ ଚର୍ଚ୍ଚାରେ ରହିଛି । ଏବେ ଏମାନେ ନିଜ ନିଜ ବସଙ୍କ ପାଖରେ ଡେରା ପକାଇଥିବା ଦେଖିବାକୁ ମିଳିଛି ।

ଶ୍ରୀମତୀ ପ୍ରଧାନ ନିକଟରେ ପିପିଲି ବିଧାୟକ ଟିକେଟ ପାଇଁ ବିବାଦ ଭିତରେ ଛନ୍ଦି ହୋଇ ପଡ଼ିଥିଲେ, ତାଙ୍କୁ ଏହି ଦାଇତ୍ଵ ଆଉଥରେ ଦିଆହେବା ଆଶା ଏବେ ପାଣିରଗାର ପାଲଟିଛି କିନ୍ତୁ ସାଂସଦ ବହୁ ଚେଷ୍ଟା କରୁଛନ୍ତି ତାଙ୍କୁ ଆଉଥରେ ଥଇଥାନ କରିବାକୁ | ପ୍ରକାଶ ଥାଉକି ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ସେହି ଜାଗାରେ ଏକ ନୂଆ ଚେହେରାକୁ ବସାଇବାପାଇଁ ମନସ୍ଥିର କରିଛନ୍ତି ।