ଟ୍ରାକ୍ଟର ଧକ୍କାରେ ବୃଦ୍ଧ ମୃତ : ଧରାକୋଟ ପୋଲିସ ଦ୍ୱାରା ଟ୍ରାକ୍ଟର ଓ ଡ୍ରାଇଭର ଅଟକ

0
257

ରିପୋର୍ଟ : ରାକେଶ ମହାରଣା
ଗଞ୍ଜାମ,କୋଦଳା,(୨୭/୦୭) : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ୫୯ ନଂ ଜାତୀୟ ରାଜପଥ ନନ୍ଦିଘର ତୋଟା ନିକଟରେ ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ବୃଦ୍ଧ ମୃତ l

ମୃତକ ହେଲେ ନନ୍ଦିଘର ଗ୍ରାମର ୬୦ ବର୍ଷୀୟ ଗୋବିନ୍ଦ ମହାନ୍ତି l ସେ ଆଜି ସନ୍ଧ୍ୟା ସମୟରେ ନଦୀକୁ ଶୌଚ ହେବାକୁ ଯିବାବେଳେ ଅଚାନକ ଟ୍ରାକ୍ଟର ଟି ଧକ୍କାଦେଇଥିଲା l

ଘଟଣା ସ୍ଥଳରେ ହିଁ ଗୋବିନ୍ଦ ଙ୍କ ମୃତ୍ୟୁ ହୋଇଥିବା ବେଳେ ଧରାକୋଟ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିବା ସହିତ ଟ୍ରାକ୍ଟର ଓ ଡ୍ରାଇଭର କୁ ଅଟକରଖିଛି l