ଗଜପତି ଜିଲ୍ଲାରେ ବିଜେଡ଼ି ପ୍ରଚାରକ ସାଜିଛନ୍ତି ତେଲୁଗୁ ଷ୍ଟାର ସୁମନ

0
136
ଗଜପତି ଜିଲ୍ଲାରେ ବିଜେଡ଼ି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୦/୦୨) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ର ଶେଷ ବେଳକୁ ଗଜପତି ଜିଲ୍ଲାରେ ବିଜେଡ଼ି ତେଲୁଗୁ ଫିଲ୍ମ ଷ୍ଟାର ସୁମନ ଙ୍କୁ ପ୍ରଚାର ମଇଦାନ କୁ ଓହ୍ଲାଇଛି ।

ଜିଲ୍ଲା ର ପୂର୍ବ ମୁଠା କୁହାଯାଉଥିବା ଗୋଷାଣୀ ବ୍ଲକ ରେ ଥିବା ତେଲୁଗୁ ଭାଷା ଅଞ୍ଚଳ ରେ ପ୍ରଚାର କୁ ଜୋରଦାର କରାଯାଇଛି । ତେଲୁଗୁ ଭୋଟର ଙ୍କୁ ପ୍ରଭାବିତ କରିବା ପାଇଁ ଗଜପତି ଜିଲ୍ଲାରେ ବିଜେଡ଼ି ଏହି ତେଲୁଗୁ ଫିଲ୍ମ ଷ୍ଟାର ଙ୍କୁ ଆମଦାନୀ କରିଥିବା ଜଣାଯାଇଛି । ଆଜି ସେ ରୋଡ ସୋ ମାଧ୍ୟମ ରେ ବିଭିନ୍ନ ଅଞ୍ଚଳ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି ।

ସେ ଗୋଷାଣୀ ବ୍ଲକ ର କଟଳ କଇଥା ଗ୍ରାମ ରେ ପହଞ୍ଚି ଜନସାଧାରଣ ଙ୍କୁ ଫିଲ୍ମ ଅନ୍ଦାଜ ରେ ନିଜ ବକ୍ତବ୍ୟ ରଖି ବିଜେଡ଼ି ଓ ତା’ର ସମର୍ଥିତ ପ୍ରାର୍ଥୀଙ୍କୁ ବିପୁଳ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଛନ୍ତି ।