ଜୋନ୍ ୨ କାଶୀନଗର ର ଖାରାଡ଼ା ରେ ବିଜେଡ଼ି ର ଜୋରଦାର ପ୍ରଚାର

0
309
ଜୋନ୍ ୨

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୮/୦୨) : ଗତ ଶୁକ୍ରବାର ଦିନ ଜୋନ୍ ୨ କାଶୀନଗର ବ୍ଲକ ର ଖାରଡ଼ା ଠାରେ ବିଜେଡ଼ି ଘର କୁ ଘର ବୁଲି ଜୋରଦାର ପ୍ରଚାର କରିଛି ।WhatsApp Image 2022 02 18 at 7.04.25 PM ଜୋନ୍ ୨ କାଶୀନଗର ର ଖାରାଡ଼ା ରେ ବିଜେଡ଼ି ର ଜୋରଦାର ପ୍ରଚାର

ଜୋନ୍ ୨ ବିଜେଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀ ଜି. ତିରୁପତି ରାଓ, ସରପଞ୍ଚ ପ୍ରାର୍ଥୀ ଅଖିଳ କୁମାର ପାତ୍ର, ସମିତି ସଭ୍ୟ ପ୍ରାର୍ଥୀ ଶ୍ରୀମତୀ ସି ଏଚ୍ଚ କଲ୍ୟାଣୀ ବିଭିନ୍ନ ଗ୍ରାମ ଗସ୍ତ କରି ନିଜ ସପକ୍ଷରେ ଭୋଟ ଦେବାକୁ ପ୍ରଚାର ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି । ପ୍ରତ୍ୟେକ ଗ୍ରାମ ରେ ପ୍ରାର୍ଥୀ ମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଅ ଯାଇଥିଲା ।

ଏଥି ପୂର୍ବରୁ ଖାରଡ଼ା ପଞ୍ଚାୟତ ଇତିହାସ ରେ କଂଗ୍ରେସ୍ ବାଜିମାତ କରି ଆସିଛି । ବର୍ତ୍ତମାନ ସମସ୍ତ କଂଗ୍ରେସ୍ କର୍ମୀ ବିଜେଡ଼ି କୁ ଚାଲିଯିବା ପରେ ବିଜେଡ଼ି ସଂଗଠନ ବେଶ୍ ମଜବୁତ ହୋଇଛି । ଏଠାରେ ବିଜେପି ଓ ବିଜେଡି ମଧ୍ୟରେ ପ୍ରତିଦ୍ବନ୍ଦିତା ହେବ । ବିଜେପି ମଧ୍ୟ ବେଶ୍ ଚେଷ୍ଟାରତ, ତଥାପି ପ୍ରତିଦ୍ବନ୍ଦିତା ରେ ରହିଛି ।

ଆଗାମୀ ୨୨ ତାରିଖ ରେ କାଶୀନଗର ବ୍ଲକ ରେ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରଶାସନ ମଧ୍ୟ ବେଶ୍ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚାର ସେତେ ସରଗରମ ହେଉଛି । ବିଜେପି ନିଜ ଷ୍ଟାର ପ୍ରଚାରକ ଭାବେ ଦୁଇ ଦିନ ଗଜପତି ଜିଲ୍ଲାରେ ପ୍ରଚାର କରିଛନ୍ତି । ଏବେ ବିଧାୟକ ନାରାୟଣ ରାଓ ନିଜେ ଷ୍ଟାର ପ୍ରଚାରକ ଭାବେ ବୁଲି ପ୍ରଚାର କରୁଛନ୍ତି । ବିଭିନ୍ନ ଦଳ ନିଜ ର ଶେଷ ପ୍ରଚେଷ୍ଟା ଜାରି ରଖିଛନ୍ତି ।

ଆଜି ସନ୍ଧ୍ୟାରେ ଜୋନ୍ ୧ ରେ ସାଂସଦ ଚନ୍ଦ୍ର ଶେଖର ସାହୁ ଓ ଡ଼ା ତିରୁପତି ପାଣିଗ୍ରାହୀ ବ୍ଲକ ସଭାପତି ଆର୍ ରାମ୍ ପ୍ରସାଦ ବାଇକ୍ ର।ଲି ରେ ଗ୍ରାମ କୁ ଗ୍ରାମ ବୁଲି ପ୍ରଚାର କରୁଛନ୍ତି ।