ପାରଳାଖେମୁଣ୍ଡି ରେ ନେହୁରୁ ଯୁବ କେନ୍ଦ୍ର ତରଫରୁ ଯୁବ ସମ୍ମିଳନୀ

0
160
ପାରଳାଖେମୁଣ୍ଡି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୦/୦୨) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ୟୁ ଟେକ୍ କମ୍ପ୍ୟୁଟର ସଭାଗୃହ ରେ ନେହୁରୁ ଯୁବ କେନ୍ଦ୍ର ଦ୍ଵାରା ଏକ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ପାରଳାଖେମୁଣ୍ଡି ର ରାଜ ନାହର ନିକଟରେ ଥିବା ୟୁ ଟେକ୍ କମ୍ପ୍ୟୁଟର ସଭାଗୃହ ରେ ଏହି ସମ୍ମିଳନୀ ଅନୁଷ୍ଟିତ ହୋଇଥିଲା । ଏହି ସମ୍ମିଳନୀ ରେ ଗଜପତି ଜିଲ୍ଲା ଅଧ୍ୟକ୍ଷ ବିଜୟ କୁମାର ମହାପାତ୍ର, ଅବସର ପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ସାମଲ ଯୋଗ ଦେଇ ଯୁବ ସମ୍ମିଳନୀ ର ଉଦ୍ଦେଶ୍ୟ ବିଷୟରେ ବୁଝାଇ ଥିଲେ ।

କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ଵାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ବ୍ଲକ ର ୪ ଟି ଯୁବ ଦଳ କୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ କରାଯାଇଥିଲା । ନେହେରୁ ଯୁବ କେନ୍ଦ୍ର ର କର୍ମକର୍ତ୍ତା ମାନେ ଏହା ପରିଚାଳନା କରିଥିଲେ ।