ଚଉଁରିଆ ପଦର ବୁଥରେ ୨୩ ତାରିଖରେ ହେବ ସାନି ନିର୍ବାଚନ

0
161

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୨୦/୦୨/୨୨) : ଗତ ୧୮/୦୨/୨୦୨୨ ରିଖ ଦିନ ଦ୍ୱିତିୟ ପର୍ଯ୍ୟାୟରେ ବୌଦ୍ଧ ବ୍ଲକ ରକ୍ସା ପଞ୍ଚାୟତ ଅନ୍ତର୍ଗତ ୧ ନମ୍ବର ୱାର୍ଡ ଚଉଁରିଆ ପଦର ବୁଥରେ ହୋଇଥିବା ନିର୍ବାଚନ ମୁକ୍ତ ଓ ଅବାଧ ହୋଇ ନ ଥିବା ନେଇ ଜିଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଅବଗତ କରାଯିବା ପରେ, ସେଠାରେ ସାନି ନିର୍ବାଚନ କରାଯିବାକୁ ରାଜ୍ୟ ନିର୍ବାଚନ କମିଶନର ପତ୍ର ସଂଖ୍ୟା ୩୩୫୭ ତା ୧୯/୦୨/୨୦୨୨ ରିଖ ରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ଆସନ୍ତା ତା ୨୩/୦୨/୨୦୨୨ ରିଖ ଦିନ ସକାଳ ୯ ଘଣ୍ଟା ସମୟ ରୁ ଅପରାହ୍ନ ୩ ଘଣ୍ଟା ପର୍ଯ୍ୟନ୍ତ ଚଉଁରିଆ ପଦର ବୁଥରେ କଡା ସୁରକ୍ଷା ମଧ୍ୟରେ ସାନି ନିର୍ବାଚନ କରାଯିବ ବୋଲି ଜଣାପଡିଛି । ସଂପୃକ୍ତ ୱାର୍ଡର ବାସିନ୍ଦାମାନେ ଏହି ସାନି ନିର୍ବାଚନରେ ମତଦାନ କରି ନିଜର ମତାଧିକାର ସାବ୍ୟସ୍ତ କରିବା କୁ ଜିଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ନିବେଦନ କରାଯାଇଛି ।