ସପ୍ତାହିକ ହାଟ ରେ ବିଜେପି ର ପ୍ରଚାର

0
160
ସପ୍ତାହିକ ହାଟ ରେ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୫/୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ବିଜେପି ପକ୍ଷରୁ ଆଜି ସପ୍ତାହିକ ହାଟ ରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।

ବିଜେପି ସମର୍ଥିତ ୱାର୍ଡ ସଭ୍ୟ ସଭ୍ୟା, ସରପଞ୍ଚ ପ୍ରାର୍ଥୀ, ସମିତି, ଜିଲ୍ଲା ପରିଷଦ ପ୍ରାର୍ଥୀ ଦଳୀୟ ଚିହ୍ନ ସହିତ ନିଜ ର ଚିହ୍ନ ଦେଖାଇ ମାଝୀଗୁଡା ସପ୍ତାହିକ ହାଟ ରେ ଶ୍ଳୋଗାନ କରି ଭୋଟ ଭିକ୍ଷା ମାଗୁଥିବାର ଦେଖିବା କୁ ମିଳିଛି । ଏଥିରେ ବିଜେପି ଦଳର କର୍ମୀ ମାନେ ରୋଡ ଶୋ ରେ ଯୋଗ ଦେଇଥିବା ବେଳେ ବରିଷ୍ଠ ବିଜେପି ନେତା ଜାଡି ବାବୁରାଓ, ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଅନୁସୟା ନୀଳଗିରି ସମେତ ବହୁ ଦଳୀୟ କର୍ମୀ ଓ ବିଜେପି ପ୍ରମୁଖ ଉପସ୍ଥିତ ରହି ଭୋଟ ଭିକ୍ଷା ମାଗୁଥିବା ଦେଖିବାକୁ ମିଳିଛି ।

ସେ ନିଜ ଦଳୀୟ ପତାକା ଲଗାଇ ପ୍ରଚାର କରିଛନ୍ତି । ଆଜି “ଖ” ଜୋନ ର ବିଜେପି ଦଳ ପକ୍ଷରୁ ସେରିଗୁମା ଠାରୁ ଆରମ୍ଭ କରି କନ୍ଧ କାତିପାଡୁ ପଞ୍ଚାୟତ ରେ ଶେଷ କରିବା ପାଇଁ ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି । ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଶ୍ରୀମତୀ ଅନୁସୂୟା ମାଝୀଗୁଡା ସପ୍ତାହିକ ହାଟରେ ଜବରଦସ୍ତ ରୋଡ଼ ସୋ କରି ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।

ଉକ୍ତ ପଞ୍ଚାୟତ ର ଭୋଟ ର ଭୋଟର୍ସ ମାନେ ଉତ୍ସାହିତ ହେବା ସହ ସମବେଦନା କରୁଥିବା ବେଳେ ପ୍ରତ୍ୟେକ ଗାଁ ର ସମର୍ଥକ ମାନେ ଫୁଲ ମାଳ ପିନ୍ଧେଇ ସ୍ଵାଗତ କରୁଥିବା ଦେଖିବାକୁ ମିଳିଛି । ସେହିପରି ସ୍ଵାଧୀନ ପ୍ରାର୍ଥୀ ସନ୍ତୋଷ କୁମାର ବଚ୍ଚା ମଧ୍ୟ ନିଜର ଚିହ୍ନ ଦେଖାଇ ବିଜେଡି ବିରୁଦ୍ଧରେ ଭାଷଣ ମାରି ଭୋଟର୍ସ ଙ୍କ ମନ କୁ ଆକର୍ଷଣ କରିଥିଲେ ।