ବାଛୋଳ ପଞ୍ଚାୟତରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : ମୁଖ୍ୟ ଅଭିଯୁକ୍ତ ସହ ୧୧ ଜଣ ଗିରଫ

0
148
ବାଛୋଳ ପଞ୍ଚାୟତରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ
ବାଲେଶ୍ୱର, (୨୧/୦୨) : ଯାଜପୁର ବିଞ୍ଝାରପୁର ର ବାଛୋଳ ପଞ୍ଚାୟତରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୧୧ ଜଣକୁ ଗିରଫ କରାଯାଇଛି । ଆକ୍ରମଣ କରିଥିବା ଅଭିଯୁକ୍ତ କୁ ପୁଲିସ ଚିହ୍ନଟ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସହ ୧୧ ଜଣକୁ ଗିରଫ କରାଯାଇଥିବା କହିଛନ୍ତି ଯାଜପୁର ଏସପି ରାହୁଲ ପି.ଆର୍ ।

ଯାଜପୁର ବିଞ୍ଝାରପୁର ର ବାଛୋଳ ପଞ୍ଚାୟତରେ ୩ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୂର୍ବରୁ ପୁଲିସ ୨୨ ଜଣଙ୍କୁ ଅଟକ ରଖିଥିଲା । ତେବେ ତଦନ୍ତ ପରେ ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରାଯାଇଛି । ସେପଟେ ଘଟଣାରେ ସଂପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଧରାଯିବ ଏବଂ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି ।

ବାଛୋଳ ପଞ୍ଚାୟତ ରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଗତକାଲି ପୁଲିସ ୨୨ ଜଣଙ୍କୁ ଉଠାଇ ନେଇଥିଲା । ପରେ ବାଛୋଳ ପଞ୍ଚାୟତରେ ପୁଲିସ୍ ଫ୍ଲାଗ ମାର୍ଚ୍ଚ କରିଥିଲା । ଗତକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ବାଛୋଳ ପଞ୍ଚାୟତରେ ବୁଥ୍ ରିଗିଂ ଉଦ୍ୟମ ବେଳ ର ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥିଲା ।

ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମ ର ୩ ଜଣ ପ୍ରତିନିଧି ଦେବାଶିଷ ସାହୁ, ଗୁଲସନ ଅଲ୍ଲୀ ନୱାଜ ଓ ବିଜୟ ସାହୁଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ସାମ୍ବାଦିକଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ସାମ୍ବାଦିକ ମାନଙ୍କ ଗାଡ଼ି ମଧ୍ୟ ଭାଙ୍ଗି ଦେଇଥିଲେ । ଏହି ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ର ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।

ଏପଟେ ଗତକାଲି ପଞ୍ଚାୟତ ଭୋଟ ଚାଲିଥିବା ବେଳେ ପୁଣି ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀ ଦୁଇ ନମ୍ବର ଜୋନ କାନପୁରରେ ଏକ ୱେବ ମିଡିଆ ର ସାମ୍ବାଦିକ ଲେଲିନ କୁମାର ଦେ ଙ୍କୁ କିଛି ଲୋକ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।