ନିର୍ବାଚନ ର ଦିନକ ପୂର୍ବରୁ ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ ଅଭିଯୋଗ : ଗୁରୁତର ଅବସ୍ଥାରେ ଉଦ୍ଧାର

0
133
ନିର୍ବାଚନ ର ଦିନକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ
କେନ୍ଦ୍ରାପଡ଼ା, (୨୨/୦୨) : କେନ୍ଦ୍ରାପଡା ଜିଲ୍ଲା ରେ ନିର୍ବାଚନ ର ଦିନକ ପୂର୍ବରୁ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି ।

ନିର୍ବାଚନ ର ଦିନକ ପୂର୍ବରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ସାନ ଅଢ଼ଙ୍ଗା ର ସରପଞ୍ଚ ପ୍ରାର୍ଥୀ ଅମୀୟ ରଞ୍ଜନ ସାହୁ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଓ ପରେ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି ।

ସୂଚନାଯୋଗ୍ୟ, ଆଜି ନିର୍ବାଚନ ଥିବା ବେଳେ ଗତକାଲି ରାତିରେ ସ୍ଥାନୀୟ ଅର୍ଜୁନପୁର ବ୍ୟାଙ୍କଗଡ଼ା ନିକଟ ନାଳ ନିକଟରୁ ସରପଞ୍ଚ ପ୍ରାର୍ଥୀ ଅମୀୟ ରଞ୍ଜନ ସାହୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । କିଛି ବିରୋଧି ଗୋଷ୍ଠୀ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଅମୀୟଙ୍କୁ ଆକ୍ରମଣ ହୋଇଥିବା ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଖବର ପାଇ ପୁଲିସ୍ ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।