ତୃତୀୟ ପର୍ଯ୍ୟାୟ ମତଦାନ ରେ ହରଭଙ୍ଗା ବ୍ଲକ ରେ ଶତକଡା ୮୧.୦୭ % ମତଦାନ

0
145
ତୃତୀୟ ପର୍ଯ୍ୟାୟ ମତଦାନ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୦/୦୨) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ତୃତୀୟ ପର୍ଯ୍ୟାୟ ମତଦାନ ରେ ଆଜି ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ହରଭଙ୍ଗା ବ୍ଲକ ରେ ଶତକଡା ୮୧.୦୭ ପ୍ରତିଶତ ଭୋଟ ଗ୍ରହଣ ହୋଇଛି । WhatsApp Image 2022 02 21 at 11.53.34 AM ତୃତୀୟ ପର୍ଯ୍ୟାୟ ମତଦାନ ରେ ହରଭଙ୍ଗା ବ୍ଲକ ରେ ଶତକଡା ୮୧.୦୭ % ମତଦାନ

ଏହି ହରଭଙ୍ଗା ବ୍ଲକ ଟି ୨୨ ଗୋଟି ପଞ୍ଚାୟତ କୁ ନେଇ ଗଠିତ ହୋଇଛି । ଏହି ବ୍ଲକ ର ୪୮,୯୮୧ ଜଣ ମହିଳା ଓ଼ ୪୫,୮୮୬ ଜଣ ପୁରୁଷ ଅର୍ଥାତ ସମୁଦାୟ ୯୪,୮୬୭ ଜଣ ଭୋଟର ମଧ୍ୟ ରୁ ୭୬,୯୦୮ ଜଣ ଭୋଟର ଏହି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ତୃତୀୟ ପର୍ଯ୍ୟାୟ ମତଦାନ ରେ ନିଜର ବହୁମୂଲ୍ୟ ଭୋଟ ଦେଇଛନ୍ତି ଯାହାକି ସମୁଦାୟ ୮୧.୦୭ ଶତକଡା ମତଦାନ ହୋଇଥିବାର ସୂଚନା ମିଳିଛି ।

ହରଭଙ୍ଗା ବ୍ଲକ ର କିଛି କିଛି ସ୍ଥାନରେ ଶାନ୍ତି ପୂର୍ଣ୍ଣ ଭାବେ ଭୋଟ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଥିବା ବେଳେ କେତେକ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳିଥିଲା ।