ଭୟଙ୍କର ହେବ ଋଷ-ୟୁକ୍ରେନ୍ ଯୁଦ୍ଧ ! ଯୁଦ୍ଧ ପ୍ରଭାବରେ ବଡ଼ କ୍ଷତି ନିଶ୍ଚିତ

0
167
ଭୟଙ୍କର ହେବ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମସ୍କୋ/ଭୁବନେଶ୍ୱର, (୨୪/୦୨) : ଭୟଙ୍କର ହେବ ଋଷ-ୟୁକ୍ରେନ୍ ଯୁଦ୍ଧ ! ଚରମ ସୀମାରେ ପହଁଞ୍ଚିଛି ରୁଷ-ୟୁକ୍ରେନ ବିବାଦ । ଯୁଦ୍ଧ ପାଇଁ ଏକ ପ୍ରକାର ପ୍ରସ୍ତୁତ ଉଭୟ ଦେଶ । ଏହା ଭିତରେ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ ୟୁକ୍ରେନକୁ ସୈନିକ ପଠାଇ ସାରିଛନ୍ତି ।

ବର୍ତ୍ତମାନ ଡୋନେଟସ୍କକରେ ଯୁଦ୍ଧ ଟ୍ୟାଙ୍କ ଦେଖିବାକୁ ମିଳୁଛି । ଯାହାକୁ ଦେଖିଲେ ଲାଗୁଛି, ଭୟଙ୍କର ହେବ ଋଷ-ୟୁକ୍ରେନ୍ ଯୁଦ୍ଧ ! ଋଷ ଓ ୟୁକ୍ରେନ ମଧ୍ୟରେ ଉତ୍ତେଜନା କମିବା ବଦଳରେ ବଢି ବଢି ଚାଲିଛି । ଆମେରିକା, ଫ୍ରାନସ ଭଳି କିଛି ଦେଶ ଯୁଦ୍ଧ ପରିସ୍ଥିତିକୁ ଟାଳିବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ଯୁଦ୍ଧ ଟଳିବା ପରିସ୍ଥିତି ଦେଖା ଯାଉନାହିଁ । ଯଦି ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୁଏ, ତେବେ ସାରା ଦୁନିଆ ଉପରେ ଏହାର ପ୍ରଭାବ ବ୍ୟାପକ ଭାବେ ପଡ଼ିବ ।

ଆସନ୍ତୁ ଜାଣିବା ଯୁଦ୍ଧ ହେଲେ କଣ ରହିବ ପ୍ରଭାବ ?

ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେଲେ ପ୍ରଥମେ ଏହାର ପ୍ରଭାବ ତୈଳ ଏବଂ ପ୍ରାକୃତିକ ଗ୍ୟାସ ମୂଲ୍ୟ ଉପରେ ପଡ଼ିବ । କାରଣ ୟୁରୋପ ର ଅଧିକାଂଶ ଦେଶ ତୈଳ ଏବଂ ପ୍ରାକୃତିକ ଗ୍ୟାସ ପାଇଁ ଋଷ ଉପରେ ନିର୍ଭରଶୀଳ । ଯୁଦ୍ଧ ହେଲେ ଋଷ ଯଦି ତୈଳ ଯୋଗାଣ ବନ୍ଦ କରିଦିଏ, ତା’ହେଲେ ପଶ୍ଚିମ ୟୁରୋପ ଦେଶମାନଙ୍କ ଉପରେ ଏହା ପ୍ରଭାବ ପକାଇବ ।

ଯଦି ତୈଳ ଯୋଗାଣ ଜାରି ରହେ, ତା’ହେଲେ ମୂଲ୍ୟ ବୃଦ୍ଧି ପାଇବ ବୋଲି କୁହାଯାଉଛି । ଏବେ କେବଳ ଉତ୍ତେଜନା ପରିସ୍ଥିତି ପାଇଁ ତୈଳଦର ବ୍ୟାରେଲ ୧୦୦ ଡଲାରରେ ପହଞ୍ଚିଛି ।