ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ କଡା ସୁରକ୍ଷା : ବୁଥ କେନ୍ଦ୍ରକୁ ଜିବା ପାଇଁ ପୋଲିଂ ପାର୍ଟି ପ୍ରସ୍ତୁତ

0
216
ପଞ୍ଚମ ପର୍ଯ୍ୟାୟ ନିର୍ବାଚନ

ରିପୋର୍ଟ : ଶିବ ବିଶୋଇ //
ଲମତାପୁଟ, (୨୨/୦୨) : କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ପୋଲିଂ ପାର୍ଟି ପ୍ରସ୍ତୁତ । ବ୍ଲକର ୧୫ ଟି ପଞ୍ଚାୟତରେ ଆସନ୍ତା ୨୪ ତାରିଖରେରେ ନିର୍ବାଚନ ହେବାକୁ ଯାଉଥିବାରୁ କଡା ସୁରକ୍ଷା ବଳୟ ରେ ରହିଛି ଲମତାପୁଟ ବ୍ଲକ ।

୧୫ ପଞ୍ଚାୟତ ରେ ୧୭୬ ବୁଥ କରାଯାଇଥିବା ବେଳେ ୧୫ ଟି ବୁଥ ସଂବେଦନ ସିଳ ଚିହ୍ନଟ କରାଯାଇଛି । ଆଜିଠାରୁ ପୋଲିଂ ପାର୍ଟି ବାଲେଟ ବାକ୍ସ ବାଲେଟ ପେପର ଗଣତି କରି କାଗଜ ପତ୍ର ଯାଞ୍ଚ କରି ନିଜ ନିଜ ବୁଥକୁ ଜିବା ଆରମ୍ଭ କରିଦେଇଛନ୍ତି । ଲମତାପୁଟ ବ୍ଲକ ମାଓ ପ୍ରଭାବିତ ଆଞ୍ଚଳ ହୋଇଥିବା SOG କୁମ୍ବି ଜୋରଦାର କରାଯାଇଛି ଏବଂ ବିଏସଏଫ ପେଟ୍ରୋଲିଂ ମଧ୍ୟ କଡା କଡି କରାଯାଇଛି । ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆନ୍ଧ୍ର ସୀମାନ୍ତ ବର୍ତୀ ଅଞ୍ଚଳକୁ ପୋଲିସ ପେଟ୍ରୋଲିଂ ଜୋରଦାର କରାଯାଇଛି ।

ଚଳିତ ନିର୍ବାଚନ ପାଇଁ ପୋଲିସ କଡା ପଦକ୍ଷପ ନେଇଥିବା ଦେଖିବାକୁ ମିଳିଛି । ନନ୍ଦପୁର ଏସଡ଼ିପିଓ କହିଛନ୍ତି କଡା ସୁରକ୍ଷା ପୋଲିସ ଗ୍ରହଣ କରିଛି । ସମସ୍ତେ ମତଦାନ କରିବା ପାଇଁ ଆସନ୍ତୁ ସୁରକ୍ଷା ଆମେ ଯୋଗାଇ ଦେଇଥିବା କହିଛନ୍ତି । ଅନ୍ୟପକ୍ଷରେ ଇଲେକ୍ସନ ଅଫିସର ବୁଥ ଗୁଡିକୁ କିପରି ବିନା କୌଣସି ଅସୁବିଧାରେ ପୋଲିଂ ପାର୍ଟି ପହଞ୍ଚିବ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଇଥିବା କହିଛନ୍ତି ।