ଆଜି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା : ୯ଟି ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ଜାରୀ

0
160
ଆଜି ଠାରୁ ରାଜ୍ୟର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୪/୦୨) : ଆଜି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ସନ୍ଧ୍ୟା ବେଳକୁ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେଓଗଡ଼, ସୁନ୍ଦରଗଡ଼, କେଉଁଝର, ମୟୁରଭଞ୍ଜ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣ ର ବର୍ଷା ଅନୁଭୁତ ହୋଇପାରେ ।

ଆଜି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଦେଖାଦେବା ବେଳେ ୨୫ ତାରିଖ ବେଳକୁ ବର୍ଷା ର ବିସ୍ତାର ବଢ଼ିବ । ଏହି ସମୟରେ ଉତ୍ତର ଓଡ଼ିଶା ର କିଛିକିଛି ସ୍ଥାନରେ ବିଜୁଳି ଘଡଘଡି ସହିତ ହାଲୁକା ରୁ ମଧ୍ୟମ ଏବଂ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ଅନୁଭୁତ ହୋଇପାରେ । ୨୫ ତାରିଖ ବେଳକୁ ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, କେଉଁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଜିଲ୍ଲାକୁ ବିଜୁଳି ଘଡଘଡି ହେବା ନେଇ ହଳଦିଆ ଚେତାବନୀ ଜାରି କରାଯାଇଛି ।

ସେହିଭଳି ୨୬ ତାରିଖରେ ମଧ୍ୟ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶା ର କିଛି କିଛି ସ୍ଥାନରେ ଠାଏ ଠାଏ ବର୍ଷା ଅନୁଭୁତ ହୋଇପାରେ । ୨୭ ତାରିଖ ବେଳକୁ ରାଜ୍ୟରେ ପୁଣି ସ୍ୱାଭାବିକ ପାଗ ଅନୁଭୁତ ହେବ ।