ରାଇଲିମା କେନ୍ଦ୍ରରେ ସାନି ମତଦାନ

0
135
ରାଇଲିମା କେନ୍ଦ୍ରରେ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୪/୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସନାଖଣ୍ଡି ପଞ୍ଚାୟତ ର ଉପର ମୁଶୁଡି ଓ ତଳ ମୁଶୁଡି ଗାଁ ର ଡଙ୍ଗରିଆ ଭୋଟର ତାଲିକା ରେ ନାମ ନ ଥିବାରୁ ଉତ୍ତ୍ୟକ୍ତ ହୋଇ ଡଙ୍ଗରିଆ ମାନେ ଭୋଟ ବକ୍ସ ଲୁଟି ନେଇଥିଲେ । ଆଜି ରାଇଲିମା କେନ୍ଦ୍ରରେ ସାନି ମତଦାନ ହେଉଛି । 

ଉକ୍ତ ପଞ୍ଚାୟତ ର ବୁଥ ନମ୍ବର ୧୪ ରାଇଲିମା କେନ୍ଦ୍ରରେ ରାଇଲିମା ସହ ଉପର ମୁଶୁଡି ଓ ତଳ ମୁଶୁଡି ଗାଁ ଲାେକଙ୍କ ଭୋଟ ଗ୍ରହଣ ଅନୁଷ୍ଠିତ ହେବାକୁ ଥିଲା । ଭୋଟ ତାଲିକା ରେ ନାମ ନ ଥିବାରୁ ହୋଇ ପାରି ନ ଥିଲା । ଆଜି ସକାଳୁ ୯ ଘଣ୍ଟା ସମୟରେ ରାଇଲିମା ଗ୍ରାମ ର ଭୋଟରମାନେ ଭୋଟ ଦେବା କୁ ଉପର ମୁଶୁଡି ଓ ତଳ ମୁଶୁଡି ଗାଁ ଲାେକଙ୍କ ନାଁ ଭୋଟର ତାଲିକାରେ ଆସିଲା । ଯାହାକୁ ନେଇ ଏହି ୨ ଗାଁ ଲୋକେ ଖୁସି ହାେଇ ଆଜି ରାଇଲିମା କେନ୍ଦ୍ରରେ ନିଜ ନିଜର ମତଦାନ ସାବସ୍ତ୍ୟ କରିଥିବେ ।

ତେବେ ପ୍ରଶାସନ ର ଭୁଲ ଯୋଗୁଁ ରାଇଲିମା ବୁଥ ରେ ମତଦାନ ହୋଇ ନଥିବା ଜଣା ପଡିଥିଲା । ଏ ସମ୍ପର୍କରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଚାରିବାରୁ କାଲି ୯ ଘଣ୍ଟା ରୁ ଭୋଟ ଗ୍ରହଣ ଆରମ୍ଭ ହେବ ବୋଲି ପ୍ରକାଶ କରଛନ୍ତି ।