ରାୟଗଡ ପୌର ପରିଷଦର ଚୁଡାନ୍ତ ଭୋଟର ତାଲିକା ପ୍ରକାଶ କଲେ ନିର୍ବାଚନ ଅଧିକାରୀ

0
214
ରାୟଗଡ ପୌର ପରିଷଦର

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ, ତା.(୨୪/୦୨) : ରାୟଗଡ ପୌର ପରିଷଦର ଚୁଡାନ୍ତ ଭୋଟର ତାଲିକା ପ୍ରକାଶ କଲେ ଉପ-ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ, ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ସ୍ଥାନୀୟ ପୌର କାର୍ଯ୍ୟାଳୟ ଠାରେ ଆଜି ପ୍ରକାଶିତ ଭୋଟର ତାଲିକା ପ୍ରକାଶିନ କରିଛନ୍ତି ।853df1e3 7a15 4bce 8e8a 9ed02858b685 ରାୟଗଡ ପୌର ପରିଷଦର ଚୁଡାନ୍ତ ଭୋଟର ତାଲିକା ପ୍ରକାଶ କଲେ ନିର୍ବାଚନ ଅଧିକାରୀ

ବିଭିନ୍ନ ରାଜନୈତିକ ଦଳ ର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଆଜି ଏହି ଚୁଡାନ୍ତ ଭୋଟର ତାଲିକା ପ୍ରକାଶ କରାଯାଇଛି । ରାୟଗଡ ପୌର ପରିଷଦର ମୋଟ ୫୬,୫୯୭ ଜଣଙ୍କର ଭୋଟର ତାଲିକା ୱାର୍ଡ ୱାଇଜ୍‍ ପ୍ରକାଶ କରାଯାଇଛି । ଆଗାମୀ ପୌର ନିର୍ବାଚନରେ ୨୪ ଟି ୱାର୍ଡ ରୁ ୬୯ ଟି ମତଦାନ କେନ୍ଦ୍ରରେ ମତଦାନ କରିବେ । ରାୟଗଡ ପୌରପାଳିକାରେ ୫୬,୫୯୭ ଜଣ ଭୋଟର ମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୨୭,୪୭୨ ଜଣ ଥିବା ବେଳେ ମହିଳା ଭୋଟର ସଂଖ୍ୟା ୨୯,୦୭୨ ଜଣ ଏବଂ ଟ୍ରାନ୍‍ସଜେଣ୍ଡର ୫୩ ଜଣ ଅଛନ୍ତି ।30bd6c2e 76a9 4edf a760 58776304b0a0 ରାୟଗଡ ପୌର ପରିଷଦର ଚୁଡାନ୍ତ ଭୋଟର ତାଲିକା ପ୍ରକାଶ କଲେ ନିର୍ବାଚନ ଅଧିକାରୀ

ଚୁଡାନ୍ତ ଭୋଟର ତାଲିକା ପ୍ରକାଶିତ ହେଲାବେଳେ ଭାରତୀୟ ଜାତୀୟ କଗ୍ରେଂସ ରୁ ଶ୍ରୀ ଶଙ୍କରଶଣ ମଙ୍ଗରାଜ, ଭାରତୀୟ ଜାତୀୟ ଜନତା ପାର୍ଟିରୁ ଶ୍ରୀ ଶିବ ପଟ୍ଟନାୟକ, ବିଜୁ ଜନତା ଦଳରୁ ଶ୍ରୀ ବିନାୟକ କର, ସି.ପି.ଆଇ.ଏମ.ଏଲ୍‍ ରୁ ଶ୍ରୀ ଦୋରା କଣ୍ଡାଗୋରୀ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ଚୁଡାନ୍ତ ଭୋଟର ତାଲିକା ନିର୍ବାଚନ ଅଧିକାରୀଙ୍କ ଠାରୁ ଗ୍ରହଣ କରିଥିଲେ ।