ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

0
624
ଜିଲ୍ଲା ଆଇନସେବା

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ, ତା-(୧୪/୦୨) ରିଖ : ସୋମବାର ଦିନ ସକାଳ ଘ.୯.୦୦ ମି. ରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ରାୟଗଡା ପକ୍ଷରୁ ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି I

ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀ ବିକ୍ରମ କେଶରୀ ପଟ୍ଟନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଡକ ସୁରକ୍ଷା, ମୋଟରଯାନ ଆଇନ୍ (Motor Vehicle Act), ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ସକାଶେ ଗଠିତ ଟ୍ରିବ୍ୟୁନାଲ ଓ ପୋକ୍ସ ଆକ୍ଟ ସଂପର୍କରେ ଆଲୋଚନା ହୋଇଥିଲା I ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍(ପୋକ୍ସ) ଶ୍ରୀମତି ସୋନାଲି ପଟ୍ଟନାୟକ, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀ ମନୋରଞ୍ଜନ ଦାସ, ରେଜିଷ୍ଟର ଶ୍ରୀ ଦେବିଜ୍ୟୋତି ମହାପାତ୍ର, ମହିଳା କୋର୍ଟ ର ବିଚାରପତି ଶ୍ରୀମତି ସୋନାଲ ଶର୍ମା, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତି ଶତରୂପା ଶତପଥୀ, ରାୟଗଡା ବାର ଆସୋସିଏସନ ର ଓକିଲ ଓ ପାରା ଲିଗାଲ ଭଲ୍ୟୁଣ୍ଟର ପ୍ରମୁଖ ଏହି କାର୍ଯକ୍ରମରେ ଉପସ୍ଥିତ ଥିଲେ I27e5a3e3 cb80 4dd3 af55 e0c9f2f4907e ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ମାନେ ସଡକ ସୁରକ୍ଷା, ମୋଟରଯାନ ଆଇନ୍ (Motor Vehicle Act) ଓ ପୋକ୍ସ ଆକ୍ଟ କୁ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ସଙ୍ଗେସଙ୍ଗେ କ୍ଷତିଗ୍ରସ୍ତଙ୍କ ନିକଟରେ ମଟର ଦୁଘଟଣା ଜନିତ କ୍ଷତିପୂରଣ, ଦୁଷ୍କର୍ମ ର ଶିକାର ହେଉଥିବା ପିଡିତା ମାନଙ୍କୁ ପ୍ରଦାନ କରାଯାଉଥିବା କ୍ଷତିପୂରଣ ରାଶି ଯଥା ସମୟରେ ପହଁଞ୍ଚାଇବା ପାଇଁ ମାନ୍ୟବର ହାଇକୋର୍ଟ ଯେଉଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ସେ ସଂପର୍କରେ ଆଲୋଚନା କରିଥିଲେ I

ସର୍ବୋପରି ଏହି କାର୍ଯ୍ୟକ୍ରମରେ ପେନାଲ୍ ଓକିଲ ଓ ପାରା ଲିଗାଲ୍ ଭଲ୍ୟୁଣ୍ଟର ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ପଣ୍ଡା ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I

ଏହି ଆଇନ ସଚେତନତା କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ଆଇନସେବା ପ୍ରାଧିକରଣ ର କର୍ମଚାରୀ ଶ୍ରୀମତି ତୃପ୍ତିରାଣୀ ମହାପାତ୍ର ଓ ଶ୍ରୀ ଜନକ ମିର୍ଧା ସହଯୋଗ କରିଥିଲେ I