ଦୁର୍ଗାପାଲି ଛକରେ ଅବକାରୀ ବିଭାଗର ଚଢ଼ାଉ : ନକଲି ମଦ ଜବତ ସହ ଜଣେ ଗିରଫ

0
133
ଦୁର୍ଗାପାଲି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୨୭/୦୨) : ବଲାଙ୍ଗୀର ଅବକାରୀ ବିଭାଗ ତରଫରୁ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ପୁଇଁନ୍ତଲା ବ୍ଲକ ଦୁର୍ଗାପାଲି ଛକରେ ନକଲି ମଦ ଜବତ ସହ ଜଣଙ୍କୁ ଗିରଫ କରିଥିବା ଜଣା ପଡ଼ିଛି ।

ସୂଚନା ଅନୁସାରେ, ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଦୁର୍ଗାପାଲି ଗ୍ରାମ ର ଅନନ୍ତ ସୌର ନାମକ ଜଣେ ବ୍ୟକ୍ତି ଦୀର୍ଘ ମାସରୁ ଜଣଙ୍କ ଘରେ ବିପୁଳ ପରିମାଣରେ ବିଦେଶୀ ମଦ ବିକ୍ରି କରିଆସୁ ଥିଲେ । ଗତକାଲି କୌଣସି ସୂତ୍ରରୁ ଖବର ପାଇ ବଲାଙ୍ଗୀର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଥିଲା । ଅବକାରୀ ବିଭାଗ ଚଢ଼ାଉ କରି ବେଆଇନ ଭାବେ ବିକ୍ରି କରୁଥିବା ବେପାରୀକୁ ଜାଲିୟାତି ବିଦେଶୀ ମଦ ଏବଂ ଛାପା ଥିବା ଖାଲି ବୋତଲ ସହ ମଦ ବେପାରୀ ଅନନ୍ତ ସୌରଙ୍କୁ ଗିରଫ କରିଥିଲା । ଏ ବିଷୟରେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ଜଣା ପଡ଼ିଛି ।