ବିଜେଡ଼ିର ବଡ଼ ବିଜୟ : ପ୍ରତାପ ଦେବ କହିଲେ- ‘ନିର୍ବାଚନରେ ବିଜ୍ଞାନକୁ ପ୍ରୟୋଗ କରିଛୁ’

0
173
ବିଜେଡ଼ିର ବଡ଼ ବିଜୟ

ରିପୋର୍ଟ : ଆରୁଶ୍ରୀ //
ଭୁବନେଶ୍ୱର, (୨୭/୦୨) : ପଞ୍ଚାୟତ ନିର୍ବାଚନ ଗଣତି ର ଆଜି ଦ୍ୱିତୀୟ ଦିନ ହୋଇଥିବା ବେଳେ ବିଜେଡ଼ିର ବଡ଼ ବିଜୟ ଦେଖିବାକୁ ମିଳିଛି । ପଞ୍ଚାୟତ ଫଳାଫଳକୁ ନେଇ ବିଜେଡି ବିଧାୟକ ପ୍ରତାପ ଦେବ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ, ‘ପଞ୍ଚାୟତ ସ୍ତରରେ ଆଲୋଚନା କରି ସଫଳତା ପାଇଛୁ । ନିର୍ଦ୍ଧିଷ୍ଟ ଘଟଣାବଳୀକୁ ନେଇ ବିରୋଧୀ ରାଜନୀତି କରିଥିଲେ । ଲୋକଙ୍କ ସ୍ୱାର୍ଥକୁ ଗରୁତ୍ୱ ଦେଉ ନଥିଲେ । ଲୋକଙ୍କ ପାଖରେ ସରକାରୀ ବ୍ୟବସ୍ଥା ପହଞ୍ଚାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘ ୭ ମାସ ର ଲୋକାଭିମୁଖୀ କାର୍ଯ୍ୟ ପାଇଁ ବିଜେଡ଼ିର ବଡ଼ ବିଜୟ ସମ୍ଭବ ହେଲା । ବିଜେପି ଓ କଂଗ୍ରେସ ସେମାନଙ୍କ ଭୁଲ ବୁଝିବା ଦରକାର । ଗଣମାଧ୍ୟମକୁ ଅସ୍ତ୍ର କରି ଶସ୍ତା ରାଜନୀତି କରୁଥିଲେ ବିରୋଧୀ ।

ଏହାରି ମଧ୍ୟରେ ୨୯୫ ଆସନର ଫାଇନାଲ ରେଜଲ୍ଟ ଆସି ସାରିଛି । ୨୬୩ ଟି ଆସନରେ ବିଜେଡି ବିଜୟୀ ହୋଇଛୀ । ଏହା ସହ ୧୪ ଟି ଆସନ ଜିତିଛି ବିଜେପି । ସେହିପରି ୧୪ ଟି ଆସନ ହାସଲ କରିଛି କଂଗ୍ରେସ । ଅନ୍ୟାନ୍ୟ ୪ଟି ଆସନରେ ବିଜୟୀ ହୋଇଥିବା ଜଣାପଡିଛି ।