ଗାଁ ରାଜନୀତି ଉଷ୍ମତା ଛାଡ଼ିଲା ସହର ଉଷ୍ମ ଆରମ୍ଭ

0
227
କାଶୀନଗର ବ୍ଲକରେ କିଏ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୦୨/୦୩) : ଗାଁ ରାଜନୀତି ଉଷ୍ମତା କମିବା ବେଳେ ସହର ଉଷ୍ମତା ଆରମ୍ଭ ହୋଇଯାଇଛି । ଗାଁର ରାଜନୀତି ଭୋଟ ଗଣତି ହୋଇଯିବ ପରେ ଉଷ୍ମତା କମିବାକୁ ଲାଗିଥିବା ବେଳେ ପୌର ଉଷ୍ମତା ଆରମ୍ଭ ହୋଇଛି ।

ଗାଁ ରାଜନୀତି ଉଷ୍ମତା ଛାଡ଼ିଲା ସହର ଉଷ୍ମ ଆରମ୍ଭ | ନିର୍ବାଚନ କମିଶନ ତାରିଖ ଧାର୍ଯ୍ୟ କରିଛନ୍ତି ଆସନ୍ତା ମାର୍ଚ୍ଚ ୨୪ ରେ ୧୦୬ ଟି ପୌରାଞ୍ଚଳରେ ନିର୍ବାଚନ ହେବ | ଆଜି ଠାରୁ ନାମାଙ୍କନ ପତ୍ର ଦାଖଲ କରିବାକୁ ଓ ୭ ତାରିଖ ଦିନ ଏହି ପ୍ରକ୍ରିୟା ସରିବ | ତାହା ପରେ ଯାଞ୍ଚ ଓ ପ୍ରାର୍ଥୀ ପ୍ରତ୍ୟାହାର | କାଶୀନଗର ପୌର ପରିଷଦରେ ୧୩ ଟି ୱାର୍ଡରେ ନିର୍ବାଚନ ହେବ । କାଶୀନଗର ପଞ୍ଚାୟତ ସମିତି ଏହି ପୌର ପରିଷଦକୁ ଲାଗି ରହିଛି । କାଶୀନଗର ବ୍ଲକଟି ବିଜେଡ଼ି ବାଜିମାତ କରିଦେବା ଫଳରେ ବିଜେପି ଓ କଂଗ୍ରେସ ମଧ୍ୟରେ ଛନକା ପଡିଛି । ପୌର ପରିଷଦ ପାଇଁ ବିଜେଡ଼ି କଣ ଗୋଟି ଚାଳନା କରିବ ।

ଡ଼ା ତିରୁପତିଙ୍କ ଜନ୍ମ ସ୍ଥଳ ଯେଉଁଠି ହେଉ ନା କାହିଁକି କର୍ମସ୍ଥଳ କିନ୍ତୁ କାଶୀନଗର ଠାରୁ ଆରମ୍ଭ । ପୌର ପରିଷଦରେ ଟିକେ ଜାତିଆଣ ଭୋଟ ବ୍ୟାଙ୍କିଙ୍ଗ ରହିବ । ଏଣୁ ସବୁ ରାଜନୈତିକ ଦଳଙ୍କ ଗୋଟି ଚାଳନା କେମିତି ହେବ ଦେଖିବାକୁ ବାକି ରହିଛି।