କାଶୀନଗର ଜୋନ୍ ୧ ପାଞ୍ଚଟି ପଞ୍ଚାୟତ ରୁ ୪ ଟି ବିଜେଡ଼ି ସମର୍ଥକ ଙ୍କ ଦଖଲରେ

0
186
କାଶୀନଗର ଜୋନ୍

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, ଗଜପତି, (୨୮/୦୨) : ଗଜପତି ଜିଲ୍ଲା ର କାଶୀନଗର ଜୋନ୍ ୧ ପାଞ୍ଚଟି ପଞ୍ଚାୟତ ରୁ ୪ ଟି ବିଜେଡ଼ି (ବିଜୁ ଜନତା ଦଳ) ସମର୍ଥକ ଙ୍କ ଦଖଲରେ ରହିଛି ।

କାଶୀନଗର ଜୋନ୍ ୨ ରେ ଆଉ ୩ ଟି ପଞ୍ଚାୟତ ବିଜେଡ଼ି ଦଖଲ କଲେ ବ୍ଲକ ଗଠନ ମଧ୍ୟ ବିଜେଡ଼ି କରିବ ବୋଲି ଚର୍ଚ୍ଚା ହେଉଛି । ବ୍ଲକ କୁ ମଧ୍ୟ ବିଜେଡ଼ି ଦଖଲ କରିବ ବୋଲି ରାଜନୀତି ପଣ୍ଡିତ ମାନେ ଅଙ୍କ କଷା ଆରମ୍ଭ କରି ଦେଇଛନ୍ତି । ମୋଟ ୧୨ ଟି ପଞ୍ଚାୟତ ମଧ୍ୟରୁ ଊଣା ଅଧିକ ରେ ବିଜେଡ଼ି ନିଜର ବାଜିମାତ କରିଛି ।

କଂଗ୍ରେସ୍ ଗୋଟିଏ ପଞ୍ଚାୟତ ଓ ବିଜେପି ଗୋଟିଏ ଲେଖାଏଁ ପଞ୍ଚାୟତ ରେ ନିଜ ସ୍ଥିତି ଜାହିର କରିଛି । ଏଣୁ ବିଜେଡ଼ି ଗୋଟି ଚାଳନା ଠିକ୍ କରିବା ଆବଶ୍ୟକ ବୋଲି ଚର୍ଚ୍ଚା ହେଉଛି ।