ୟୁକ୍ରେନ୍‌ ବିରୋଧରେ ଋଷର ସାମରିକ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିଛନ୍ତି ଭାରତୀୟ ବଂଶୋଦ୍ଭବ

0
213
ୟୁକ୍ରେନ୍‌ ବିରୋଧରେ

ରିପୋର୍ଟ : ଆରୁଶ୍ରୀ //
ମସ୍କୋ, (୦୨/୦୩) : ଋଷ୍ ଏବଂ ୟୁକ୍ରେନ ମଧ୍ୟରେ ଭୀଷଣ ଯୁଦ୍ଧ ଜାରି ରହିଛି । ଏ ସମୟରେ ଭାରତୀୟ ବିଧାୟକ ତଥା ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦଳର ସଦସ୍ୟ ଡ. ଅଭୟ କୁମାର ସିଂ ପଡୋଶୀ ଦେଶ ୟୁକ୍ରେନ୍‌ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିଛନ୍ତି । ଅଭୟ ସିଂ କହିଛନ୍ତି, ୟୁକ୍ରେନ ଉପରେ ଆକ୍ରମଣର ଯଥାର୍ଥତା ରହିଛି । ପଡୋଶୀ ଦେଶକୁ ଆଲୋଚନା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଇଛି । ଆଉ ପରେ ଯୁଦ୍ଧର ନିଷ୍ପତ୍ତି ନିଆଯାଇଥିଲା ।

ସେ ଆହୁରି କହିଛନ୍ତି, “ଯଦି ଚୀନ୍ ବାଂଲାଦେଶରେ ନିଜର ସାମରିକ ବେସ୍‌ ପ୍ରତିଷ୍ଠା କରେ, ତେବେ ଭାରତ ର ପ୍ରତିକ୍ରିୟା କିପରି ରହିବ ? ବାସ୍ତବିକ କଥା ଯେ, ଭାରତ ଏହାକୁ ପସନ୍ଦ କରିବ ନାହିଁ । ଋଷ ବିରୁଦ୍ଧରେ ନାଟୋ ଗଠନ କରାଯାଇଥିଲା । ସୋଭିଏତ୍ ୟୁନିଅନ୍ ଭାଙ୍ଗିବା ସତ୍ତ୍ୱେ ଏହା ବିଚ୍ଛିନ୍ନ ହୋଇ ନଥିଲା ଏବଂ ଏହା ଧୀରେ ଧୀରେ ଆମ ନିକଟତର ହୋଇଥିଲା । ଯଦି ୟୁକ୍ରେନ ନାଟୋରେ ଯୋଗ ଦିଏ, ତେବେ ଏହା ନାଟୋ ସୈନ୍ୟବାହିନୀକୁ ଆମର ନିକଟତର କରିବ । କାରଣ ୟୁକ୍ରେନ ଆମର ପଡୋଶୀ ଦେଶ ଏବଂ ଏହା ଚୁକ୍ତିନାମାକୁ ଉଲ୍ଲଂଘନ କରିବ । ତେଣୁ ୟୁକ୍ରେନ୍‌ ବିରୋଧରେ ଆକ୍ରମଣ କରିବା ଛଡ଼ା ଆମର କୌଣସି ବିକଳ୍ପ ନଥିଲା ବୋଲି ଡ. ଅଭୟ କୁମାର ସିଂ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ।

ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ ଯୋଜନା କରୁଥିବା ଅନୁମାନକୁ ଖଣ୍ଡନ କରିଛନ୍ତି ଋଷର ଅଭୟ ସିଂହ । ସେ କହିଛନ୍ତି, ପରମାଣୁ ଅସ୍ତ୍ରଶସ୍ତ୍ର ବ୍ୟବହାର ତଥା ଆକ୍ରମଣର ଉଦ୍ଦେଶ୍ୟ ହେଉଛି ଅନ୍ୟଦେଶକୁ ଜବାବ ଦେବା ।

“ପରମାଣୁ ଅସ୍ତ୍ର ବିଷୟରେ ଚିନ୍ତା କରିବାର କିଛି ନାହିଁ । ରାଷ୍ଟ୍ରପତି ପୁଟିନ ଘୋଷଣା କରିଛନ୍ତି ଯେ ପରମାଣୁ ଅଭ୍ୟାସ କେବଳ ଅନ୍ୟଦେଶକୁ ଭୟଭୀତ କରିବାକୁ ଯିଏକି ଋଷ ଉପରେ ଆକ୍ରମଣ କରିବ । ଯଦି ଅନ୍ୟ ଦେଶ ଆମ ଉପରେ ଆକ୍ରମଣ କରେ ତେବେ ଋଷ ସବୁ ପ୍ରକାର ଜବାବ ଦେବ ।”

ଅଭୟ କୁମାର ସିଂ ବିହାରର ପାଟଣାର ବାସିନ୍ଦା । ସେ ପ୍ରାୟ ୩୦ ବର୍ଷ ପୂର୍ବେ ୧୯୯୧ ରେ ଋଷ ଯାଇଥିଲେ । ସେ ପାଟନାସ୍ଥିତ ଲୟୋଲା ହାଇସ୍କୁଲରୁ ପାଠ ପଢ଼ିଥିଲେ । ପରେ ଋଷର କୁର୍ସ୍କ ଷ୍ଟେଟ ମେଡିକାଲ ୟୁନିଭରସିଟିରୁ ସ୍ନାତକ ହାସଲ କରିଥିଲେ । ଏହାପରେ, ସେ ଡାକ୍ତରୀ ଅଭ୍ୟାସ କରିବା ପାଇଁ ପାଟନାକୁ ଫେରିଥିଲେ । ତା’ପରେ ଋଷକୁ ଯାଇ ନିଜର ଫାର୍ମାସ୍ୟୁଟିକାଲ୍ ବ୍ୟବସାୟ ଆରମ୍ଭ କରିଥିଲେ । ପରେ, ସେ ରିଅଲ୍ ଇଷ୍ଟେଟ୍ ଏବଂ ନିର୍ମାଣ କ୍ଷେତ୍ରରେ ନିଜର ବ୍ୟବସାୟକୁ ବିସ୍ତାର କରିଥିଲେ । ସେ ୨୦୧୫ ରେ ଭ୍ଲାଦିମିର ପୁଟିନଙ୍କ ୟୁନାଇଟେଡ୍ ରୁଷିଆ ପାର୍ଟିରେ ଯୋଗ ଦେଇଥିଲେ । ୨୦୧୮ ରେ କୁର୍ସ୍କରୁ ଏକ ପ୍ରାନ୍ତୀୟ ନିର୍ବାଚନରେ ​​ଜିତିଥିଲେ ।