ପୁରୁଣାକଟକ କୁ ହରାଇ ରାମଗଡ ଚମ୍ପିୟାନ

0
157
ପୁରୁଣାକଟକ କୁ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୦୩/୦୩) : ହରଭଙ୍ଗା ବ୍ଲକ କୁମାରୀ ଖେଳ ପଡିଆରେ ବ୍ଲକ ସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ ରେ ପୁରୁଣାକଟକ କୁ ହରାଇ ରାମଗଡ ବିଜୟ ଲାଭ କରିଛି ।

ସୂଚନା ମତେ ଗତକାଲି କୁମାରୀ ଖେଳ ପଡିଆରେ ବ୍ଲକ ସ୍ତରୀୟ ଦିନିକିଆ ରାତ୍ରି ଭଲିବଲ ଟୁର୍ନାମେଣ୍ଟ ୮ ଗୋଟି ଦଳକୁ ନେଇ ଆୟୋଜିତ ହୋଇଥିଲା । ଏହି ଖେଳରେ ଶେଷ ପର୍ଯ୍ୟାୟ ବା ଫାଇନାଲ ମ୍ୟାଚ ରେ ପୁରୁଣାକଟକ ଓ଼ ରାମଗଡ ମାଁ ବାଉରୀ ଭଲିବଲ ଆସୋଶେଶନ ମଧ୍ୟରେ ଖେଳ ଆରମ୍ଭ ହୋଇଥିଲା । ଖେଳରେ ପୁରୁଣାକଟକ କୁ ଦୁଇଟି ସେଟ ରେ ସମ୍ପୂର୍ଣ୍ଣ ପରାଜିତ କରି ରାମଗଡ ଚମ୍ପିୟାନ ହୋଇ ୟୁନର ଟ୍ରଫି ଅକ୍ତିଆର କରିଥିଲା । ରାମଗଡ ଟିମରେ ଜୁନିଅର ଖେଳାଳି ଭବାନୀ ଶଙ୍କର ବାରିକ, ପ୍ରଦୀପ ସେଠି, ବାବୁନା, CRPF ଯବାନ ନୀଳାଞ୍ଚଳ ଓ଼ ଅନ୍ୟ ଖେଳାଳି ମନେ ଅଂଶ ଗ୍ରହଣ କରିଥିଲେ ।