ଓଡ଼ିଶା କ୍ରିକେଟ୍ ପ୍ରେମୀ ଙ୍କ ପାଇଁ ଖୁସି ଖବର : ଆସନ୍ତା ଜୁନରେ ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ୍

0
137
ଓଡ଼ିଶା କ୍ରିକେଟ୍ ପ୍ରେମୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୩/୦୩) : ଓଡ଼ିଶା କ୍ରିକେଟ୍ ପ୍ରେମୀ ଙ୍କ ପାଇଁ ଖୁସି ଖବର । ଆଇପିଏଲ୍ ପରେ ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ୍ । ଜୁନ୍ ୯ ରୁ ୧୯ ତାରିଖ ପର୍ଯ୍ୟନ୍ତ ୫ଟି ଟି-୨୦ ସିରିଜ୍ ଖେଳାଯିବ । 

କଟକ, ବିଶାଖାପଟଣମ୍, ଦିଲ୍ଲୀ, ରାଜକୋଟ ଓ ଚେନ୍ନାଇରେ ମ୍ୟାଚ୍ ଖେଳାଯିବ । ସିରିଜ ର ପ୍ରଥମ ମ୍ୟାଚ୍ କଟକରେ ଖେଳାଯିବ । ସବୁଠାରୁ ବଡ଼ କଥା ହେଉଛି ପ୍ରଥମ ଥର ଓଡ଼ିଶା ଆସିବ ଦକ୍ଷିଣ ଆଫ୍ରିକା ଦଳ । ପୂର୍ବରୁ ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟି-୨୦ ମ୍ୟାଚ୍ ହେବାର ଥିଲା । ହେଲେ କରୋନା ପାଇଁ ବାରବାଟୀରେ ମ୍ୟାଚ୍ ସମ୍ଭବ ହୋଇ ନଥିଲା । ଯାହାକୁ ନେଇ ଓଡ଼ିଶା କ୍ରିକେଟ୍ ପ୍ରେମୀ ନିରାଶ ହୋଇଥିଲେ ।

ଏବେ ବାରବାଟୀରେ ଭାରତ- ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଖେଳାଯିବା ପାଇଁ ନିଷ୍ପତି ହୋଇଛି । ତେଣୁ ଆସନ୍ତା ୯ ତାରିଖର ହେବାକୁ ଥିବା ମ୍ୟାଚ କୁ ଅପେକ୍ଷା କରି ରହିଛନ୍ତି କ୍ରିକେଟ ପ୍ରେମୀ ।