ଚାଟିକଣା ଗ୍ରାମ ପଞ୍ଚାୟତ ରେ ବିଜେଡି ର ଜିତ୍ ବାଜି

0
175
ଚାଟିକଣା ଗ୍ରାମ ପଞ୍ଚାୟତ

ରିପୋର୍ଟ : ନରତ୍ତମ ପାଢୀ
ରାୟଗଡ଼ା, (୦୪/୦୩) : ରାୟଗଡ଼ା ଜିଲ୍ଲାର ବିଷମ କଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଗ୍ରାମ ପଞ୍ଚାୟତ ର ଗରିବ ଶିକ୍ଷିତ ଝିଅ ହେଲେ ସରପଞ୍ଚ । ବିଜେଡି ଦଳ ର ପ୍ରାର୍ଥୀମାନେ ବିଜୟ ଲାଭ କରିଛନ୍ତି ।WhatsApp Image 2022 03 04 at 8.43.42 AM 1 ଚାଟିକଣା ଗ୍ରାମ ପଞ୍ଚାୟତ ରେ ବିଜେଡି ର ଜିତ୍ ବାଜି

ବିଷମକଟକ ଅନ୍ତର୍ଗତ ଚାଟିକଣା ଗ୍ରାମ ପଞ୍ଚାୟତ ରେ ତ୍ରିସ୍ତରୀୟ ନିର୍ବାଚନ ରେ ଅଞ୍ଚଳ ବାସି ଗରିବ ଶିକ୍ଷିତ ମହିଳା ଓ ପୁରୁଷ ଙ୍କୁ ନିଜ ପଞ୍ଚାୟତ ର ଭାର ସମ୍ଭାଳିବାକୁ ମତଦାନ ସାବ୍ୟସ୍ତ କରି ବିଜୟୀ କରିଥିଲେ । ସରପଞ୍ଚ ମହିଳା ସଂରକ୍ଷଣ ଥିବା ବେଳେ ପଞ୍ଚାୟତ ରେ ଅନେକ ପ୍ରାର୍ଥିନୀ ଙ୍କ ମଧ୍ୟ ରୁ ପି. କିରଣ ଲତା ଙ୍କୁ ସରପଞ୍ଚ ଭାବେ ବିଫୁଳ ମାତ୍ରା ରେ ଜନ ସମର୍ଥନ ଦେଇ ଥିଲେ ।

ଚଳିତ ନିର୍ବାଚନ ରେ ବିଜେଡି ଦଳ ତରଫରୁ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ପ୍ରାର୍ଥୀ, ପ୍ରାର୍ଥିନୀ ପାଇଁ ବିଜେଡି କର୍ମୀ ଙ୍କ ପ୍ରୟାସ ରେ ସବୁ ଜାଗାରେ ସଫଳ ପାଇଥିବା ଦେଖିବାକୁ ମିଳିଥିଲା ।