ରାୟଗଡ଼ା ବ୍ଲକ୍ ରେ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ହିସାବର ପ୍ରଥମ ପର୍ଯ୍ୟାୟ ସମୀକ୍ଷା

0
202
ରାୟଗଡ଼ା ବ୍ଲକ୍

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା (୧୨/୨) : ବୁଧବାର ଦିନ ଜିଲ୍ଲା ନିର୍ବାଚନ ଆର୍ଥିକ ପର୍ଯ୍ୟବେକ୍ଷକ ଶ୍ରୀ ମନୋରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାୟଗଡ଼ା ବ୍ଲକ୍ ସଦଭାବନା ସଭାଗୃହ ଠାରେ ପଞ୍ଚାୟତ ନିର୍ବାଚନ ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଖର୍ଚ୍ଚ ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି ।WhatsApp Image 2022 02 13 at 8.59.43 AM ରାୟଗଡ଼ା ବ୍ଲକ୍ ରେ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ହିସାବର ପ୍ରଥମ ପର୍ଯ୍ୟାୟ ସମୀକ୍ଷା

ଏଥିରେ ପର୍ଯ୍ୟବେକ୍ଷକ ଶ୍ରୀ ମନୋରଞ୍ଜନ ମହାପାତ୍ର, ବ୍ୟକ୍ତିଗତ ସହାୟକ ଶ୍ରୀ ନରେନ୍ଦ୍ର ସେଠୀ, ନିର୍ବାଚନ ଅଧିକାରୀ ଲକ୍ଷ୍ମୀ ନାରାୟଣ ସାବତ, ଏ ବି ଡି ଓ କାଳୁ ଚରଣ ନାୟକ, ଜି ପି ଇ ଓ ଗୋପାଳ ପଣ୍ଡା, ସମ୍ବଳ ଶିକ୍ଷକ ନିଳାଞ୍ଚଳ ମିଶ୍ର ତଥା ଜିଲ୍ଲା ପରିଷଦ, ସମିତି ଓ ସରପଞ୍ଚ ପ୍ରାର୍ଥୀ ଯୋଗ ଦେଇଥିଲେ । ରାୟଗଡ଼ା ବ୍ଲକ୍ ରେ ପ୍ରାର୍ଥୀଙ୍କ ଖର୍ଚ୍ଚ ର ଦୈନିକ ହିସାବ ଖାତା ତନଖି କରିବା ସହ ଏହାର ପରିଚାଳନା ସମ୍ପର୍କରେ ସମୀକ୍ଷା କରିଥିଲେ ।

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଗୁଡ଼ିକୁ ଅବଗତ କରାଇବା ସହ ଖର୍ଚ୍ଚ ର ସୀମା ସରପଞ୍ଚ ଓ ସମିତି ସଭ୍ୟଙ୍କ ପାଇଁ ଦୁଇ ଲକ୍ଷ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ନିମନ୍ତେ ପାଞ୍ଚ ଲକ୍ଷ ଟଙ୍କା ମଧ୍ୟରେ ସୀମିତ ରଖିବା ତଥା ଆଦର୍ଶ ଆଚରଣ ବିଧି ସମୟରେ ସମସ୍ତ ନିର୍ବାଚନ କଟକଣାକୁ ସମ୍ମାନ ଦେବା ବିଷୟରେ ଅବଗତ କରିଥିଲେ ।

ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ, ଅବାଧ ଓ ଗଣତାନ୍ତ୍ରିକ କରିବା ନିମନ୍ତେ ନିର୍ବାଚନ ଖର୍ଚ୍ଚ ପରିଚାଳନା ସ୍ୱଚ୍ଛତା, ସାଧୁତା ତଥା ସତ୍ୟତା ଉପରେ ଆଧାରିତ ହେବ ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ଜି ପି ଇ ଓ ଗୋପାଳ ପଣ୍ଡା ପ୍ରାର୍ଥୀଙ୍କ ଖର୍ଚ୍ଚ ନଥି ପର୍ଯ୍ୟବେକ୍ଷକଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ ।

ଅନେକ ପ୍ରାର୍ଥୀଙ୍କ ଦୈନିକ ହିସାବ ପରିଚାଳନା ପ୍ରଣାଳୀ କୁ ପର୍ଯ୍ୟବେକ୍ଷକ ପ୍ରଶଂସା କରିବା ସହ ସମସ୍ତ ପ୍ରାର୍ଥୀଙ୍କ ଠାରୁ ସେପରି ପରିଚାଳନା ଆଶା କରିଥିଲେ । ଆଗାମୀ ୧୯ ତାରିଖରେ ଦ୍ଵିତୀୟ ପର୍ଯ୍ୟାୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା ନିର୍ବାଚନ ଅଧିକାରୀ ଶ୍ରୀ ସାବତ କହିଛନ୍ତି ।