ବିଜେଡ଼ି ଖୋଜୁଛି ପ୍ରାର୍ଥୀ : ଚୟନ ପ୍ରକ୍ରିୟା ଜୋରଦାର

0
192
ବିଜେଡ଼ି ଖୋଜୁଛି ପ୍ରାର୍ଥୀ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୪/୦୩) : ବିଜେଡ଼ି ଖୋଜୁଛି ପ୍ରାର୍ଥୀ । ପୌର ନିର୍ବାଚନ ପାଇଁ କାଶୀନଗର ରେ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଜୋରଦାର କରିଛି ବିଜେଡ଼ି । ପ୍ରକାଶ ଥାଉ କି ଆସନ୍ତା ୨୪ ରେ ନିର୍ବାଚନ ହେବ । 

କିନ୍ତୁ ଦୁଇ ଦିନ ପ୍ରାର୍ଥୀ ପତ୍ର ଦାଖଲ ର ସମୟ ଅତିବାହିତ ହୋଇ ଯାଇଥିଲେ ମଧ୍ୟ କେହି ପ୍ରାର୍ଥୀ ପତ୍ର ଦାଖଲ ନ କରିବା ରାଜନୈତିକ ମହଲ ରେ ନାନା ପ୍ରଶ୍ନ ସୃଷ୍ଟି କରୁଛି । ଏପଟେ କୌଣସି ଦଳ ନିଜ ଅଧ୍ୟକ୍ଷ ପ୍ରାର୍ଥୀ କିଏ ହେବ ସ୍ଥିର କରି ପାରି ନାହାଁନ୍ତି । ବିଜେଡ଼ି ଖୋଜୁଛି ପ୍ରାର୍ଥୀ । ବିଜେପି ମଧ୍ୟ କିଛି ଆଖି ଦୃଷିଆ ପଦକ୍ଷେପ ନେଇନାହିଁ । କଂଗ୍ରେସ ମଧ୍ୟ ନିଷ୍ପତି ନେଇ ପାରିନାହିଁ ।

ଗତ ଗୁରୁବାର ଦିନ ରାଜ୍ୟ ନେତୃତ୍ୱ ର ନିର୍ଦ୍ଧେଶ କ୍ରମେ ଗଜପତି ନିର୍ବାଚନ ର ମଙ୍ଗ ଧରି ସଫଳ ହୋଇଥିବା ଡ଼ା. ତିରୁପତି ପାଣିଗ୍ରାହୀ କାଶୀନଗର ରେ ପହଞ୍ଚି ଥିଲେ । ବିଜେଡ଼ି ର ଉପ ସଭାପତି କେ. ମଧୁ ଓ ଟାଉନ୍ ସଭାପତି ରଘୁ ରାମ୍ ସାହୁ ଙ୍କ ନେତୃତ୍ୱରେ ବିଭିନ୍ନ ଯାଗାରେ ଆଲୋଚନା ଚକ୍ର ଅନୁଷ୍ଟିତ ହୋଇଯାଇଛି ।

ଶ୍ରୀ ପାଣିଗ୍ରାହୀ ସଙ୍କଟ ମୋଚନ ଭାବେ ଉପସ୍ଥିତ ହୋଇ ବିଭିନ୍ନ ସୂତ୍ର ବାହାର କରି ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ କିଛି ସମସ୍ୟା ରହିଥିବା ଜଣା ପଡ଼ୁଛି । ଅଧ୍ୟକ୍ଷ ପଦ ନିଷ୍ପତି ହୋଇଗଲେ ଆଉ ସବୁ ସମାଧାନ ହେବା ଆଶା କରାଯାଉଛି । ୱାର୍ଡ ନ ୭ଟି ହରିଜନ ମହିଳା ଙ୍କ ପାଇଁ ସଂରକ୍ଷଣ ହୋଇଯିବା ହେତୁ କିଛି ଚୟନ ପ୍ରକ୍ରିୟା ରେ ବାଧା ସୃଷ୍ଟି ହୋଇପାରେ । ନବୀନ ବାବୁ ନିର୍ବାଚନ ରେ ୩୩%ସଂରକ୍ଷଣ ରଖିଛନ୍ତି ଏବଂ ସେହି ପ୍ରକାରେ ପ୍ରତିନିଧି ଚୟନ ପ୍ରକ୍ରିୟାରେ ମଧ୍ୟ ସେହିଭଳି କରିବା ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଛନ୍ତି ।

୧୩ ଟି ୱାର୍ଡ ବିଶିଷ୍ଟ କାଶୀନଗର ପୌର ପରିଷଦ ରେ ଅତି କାମ ରେ ୪ ଜଣ ମହିଳା ପ୍ରତିନିଧିତ୍ଵ କରିବେ । ଆସନ୍ତା ୭ ତାରିଖ ହେଉଛି ନାମାଙ୍କନ ଦାଖଲ ର ଶେଷ ତାରିଖ, ବେଳ ଥାଉ ଥାଉ ଗୋଟି ଚାଳନା ଠିକ୍ କରିବା ଆବଶ୍ୟକ ।