ଦ୍ଵିତୀୟ ଦିନରେ ମଧ୍ୟ କେହି ପ୍ରାର୍ଥୀ ପତ୍ର ଦାଖଲ କରି ନାହାଁନ୍ତି

0
305
ଦ୍ଵିତୀୟ ଦିନ ରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୪/୦୩) : ଆଜି କାଶୀନଗର ପୌର ପରିଷଦ ନିର୍ବାଚନ ନିମନ୍ତେ ଦ୍ଵିତୀୟ ଦିନରେ ମଧ୍ୟ କେହି ପ୍ରାର୍ଥୀ ନିଜ ର ପ୍ରାର୍ଥୀ ପତ୍ର ଦାଖଲ କରି ନ ଥିବା ଜଣା ପଡ଼ିଛି ।

କାଶୀନଗର ପୌର ପରିଷଦ ରେ ଥିବା ପ୍ରାୟ ଆଠ ହଜାର ଭୋଟର ଆସନ୍ତା ୨୪ ରେ ନିଜ ନିଜ ଭୋଟ ଦେଇ ନିଜ ଅଞ୍ଚଳ ର ନେତା ନିର୍ବାଚିତ ପ୍ରତିନିଧି ଙ୍କୁ ବଛିବେ । ଦ୍ଵିତୀୟ ଦିନରେ ୱାର୍ଡ ନ ୧, ୨ ଓ ୩ ପାଇଁ ୩ ଟି କାଉନସିଲର ପଦ ପାଇଁ ପ୍ରାର୍ଥପତ୍ର କିଣିଥିଲେ ସୁଦ୍ଧା କେହି ହେଲେ ଦାଖଲ କରି ନଥିବା ନିର୍ବାହୀ ଅଧିକାରୀ ଶ୍ରୀମତୀ ସତ୍ୟ ସମ୍ପୋର୍ନା ରାଉତ ପ୍ରେସ କୁ ଜଣାଇଛନ୍ତି ।

ପୌର ଅଧ୍ୟକ୍ଷ ପାଇଁ କୌଣସି ଦଳ କିମ୍ବା ସ୍ଵାଧୀନ ପ୍ରାର୍ଥୀ ଏ ଯାଏଁ ପ୍ରାର୍ଥୀ ପତ୍ର କିଣି ନାହାନ୍ତି କି ଦାଖଲ ମଧ୍ୟ କରି ନଥିବା ଜଣା ପଡ଼ିଛି । କିନ୍ତୁ ବିଜେଡ଼ି ର ସାରଥି ସାଜିଥିବା ଡ଼ା ତିରୁପତି ପାଣିଗ୍ରାହୀ ଆଜି କାଶୀନଗର ଗସ୍ତ କରି ବିଭିନ୍ନ ବର୍ଗ ର ଲୋକ ଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି । ସେପଟେ କଂଗ୍ରେସ୍ ଓ ବିଜେପି ମଧ୍ୟ ନିଜ ନିଜ ରାନଙ୍ଗନ୍ ପ୍ରସ୍ତୁତି ରେ ବ୍ୟସ୍ତ ଅଛନ୍ତି । ଆଗାମୀ ଦୁଇଦିନ ମଧ୍ୟରେ ଦୃଶ୍ୟ ପଟ ରାସ୍ତାଟି ଅଧିକ ଜଣାପଡ଼ିବ ।