ପୁଟିନ୍-ମୋଦିଙ୍କ ଆଲୋଚନା ପରେ ୬ ଘଣ୍ଟା ସ୍ଥଗିତ ରହିଲା ଯୁଦ୍ଧ : ଉଦ୍ଧାର ହେଲେ ଫସିଥିବା ଭାରତୀୟ

0
144
ପୁଟିନ୍-ମୋଦିଙ୍କ ଆଲୋଚନା

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୦୪/୦୩) : ୟୁକ୍ରେନ ର ଖାରକିଭ ଚାରିପଟେ ରୁଷ ସେନା । ଫସି ରହିଛନ୍ତି ଅନେକ ଭାରତୀୟ ଛାତ୍ର ଛାତ୍ରୀ । ପୁଟିନ୍-ମୋଦିଙ୍କ ଆଲୋଚନା ପରେ ଖାରକିଭରେ ୬ ଘଣ୍ଟା ପାଇଁ ଯୁଦ୍ଧ ସ୍ଥଗିତ ରହିଛି । ଏହି ଅବଧି ମଧ୍ୟରେ ଖାରକିଭରେ ଥିବା ସମସ୍ତ ଭାରତୀୟ ସୁରକ୍ଷିତ ସ୍ଥାନକୁ ଆସିବେ ।

ଅନ୍ୟାନ୍ୟ ସ୍ଥାନରେ ଫଶି ରହିଥିବା ଛାତ୍ରଛାତ୍ରୀ ପଡୋଶୀ ଦେଶକୁ ଆସି ସ୍ୱଦେଶ ଆସିବାରେ ସକ୍ଷମ ହେଉଛନ୍ତି । କିନ୍ତୁ ଖାରକିଭରେ ଉଦ୍ଧାର ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା । ଯୁଦ୍ଧ ଭିତରେ ନିଜ ଦେଶ ର ଛାତ୍ର-ଛାତ୍ରୀଙ୍କୁ ଆଣିବାକୁ ଭାରତ ସରକାର ସମସ୍ତ ପ୍ରୟାସ କରୁଛନ୍ତି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ-ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି । ଭାରତୀୟ ଛାତ୍ରଙ୍କ ପ୍ରତ୍ୟାବର୍ତନ ନେଇ ପୁଟିନ୍-ମୋଦିଙ୍କ ଆଲୋଚନା ପରେ ଖାରକିଭରେ ୬ ଘଣ୍ଟା ପାଇଁ ଯୁଦ୍ଧ ସ୍ଥଗିତ ରହିଛି । ଏହି ଅବଧି ମଧ୍ୟରେ ଖାରକିଭରେ ଥିବା ସମସ୍ତ ଭାରତୀୟ ସୁରକ୍ଷିତ ସ୍ଥାନକୁ ଆସିବେ ।

ଯୁଦ୍ଧ ଭିତରେ ଅନେକ ଛାତ୍ରଛାତ୍ରୀ ୟୁକ୍ରେନରେ ଫସିଛନ୍ତି । ଆମେରିକା ସମେତ ଅନେକ ଦେଶର ସରକାର ନିଜ ନିଜ ଲୋକଙ୍କୁ ଉଦ୍ଧାର କରିବାକୁ ଯାଇ ହାତଟେକି ଦେଇଛନ୍ତି । ହେଲେ ଭାରତର କୂଟନୀତି ଆଗରେ ନରମିଛି ରୁଷ । ଆଉ ୬ ଘଣ୍ଟା ପାଇଁ ଯୁଦ୍ଧ ଅଟକାଇଛନ୍ତି ପୁଟିନ୍ ।

ଅପରେସନ ଗଙ୍ଗା ଜରିଆରେ କେନ୍ଦ୍ର ସରକାର ଭାରତୀୟଙ୍କୁ ଉଦ୍ଧାର କରୁଛନ୍ତି । ଏହାରି ଭିତରେ ସୁପ୍ରିମକୋର୍ଟରେ ପହଞ୍ଚିଛି ଉଦ୍ଧାର ପ୍ରକ୍ରିୟା ପ୍ରସଙ୍ଗ । ଆଟର୍ଣ୍ଣି ଜେନେରାଲ ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମଣାଙ୍କୁ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ଦେଶର ମୁଖିଆଙ୍କ ସହ କଥା ହୋଇ ଉଦ୍ଧାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛନ୍ତି । ଅନ୍ୟପଟେ ଉଦ୍ଧାର ପ୍ରକ୍ରିୟାରେ ବିଳମ୍ବ ହେଉଛି, ଉଦ୍ଧାର ନେଇ କେନ୍ଦ୍ର ସରକାର ଜାରି କରୁଥିବା ଆଡଭାଇଜରି ଅନେକ ଦ୍ୱଦ୍ୱ ଉପୁଜାଉଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ।