ଏପ୍ରିଲ ୨୫ ତାରିଖ ରୁ ଆଇସିଏସ୍‌ଇ ଓ ଆଇଏସ୍‌ସି ପରୀକ୍ଷା ଆରମ୍ଭ

0
131
ଏପ୍ରିଲ ୨୫ ତାରିଖ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୪/୦୩) : ସିଆଇଏସସିଇ ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଦ୍ୱିତୀୟ ଟର୍ମ ପରୀକ୍ଷା ପାଇଁ ସୂଚୀ ପ୍ରକାଶ ପାଇଛି । ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଏପ୍ରିଲ ୨୫ ତାରିଖ ରୁ ଆରମ୍ଭ ହୋଇ ମେ’ ୨୦ ତାରିଖରେ ସରିବ ।

ସେହିପରି ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଏପ୍ରିଲ ୨୫ ତାରିଖ ରୁ ରେ ଆରମ୍ଭ ହୋଇ ଜୁନ୍ ୬ ତାରିଖରେ ସରିବ । ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପୂର୍ବାହ୍ନ ୧୧ ଟାରେ ଅନୁଷ୍ଠିତ ହେବାକୁ ଥିବାବେଳେ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପରୀକ୍ଷା ଅପରାହ୍ଣ ୨ଟାରେ ଅନୁଷ୍ଠିତ ହେବ ବୋଲି ସିଆଏସସିଇ ଦର୍ଶାଇଛି । ତେବେ ଦଶମ ପରୀକ୍ଷା ଏପ୍ରିଲ ୨୫ରୁ ଆରମ୍ଭ ହୋଇ ମେ’୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ।

ପରୀକ୍ଷା ପୂର୍ବାହ୍ଣ ୧୧ଟାରୁ ଆରମ୍ଭ ହେବ । ପରୀକ୍ଷାର ଅବଧି ଦେଢ଼ ଘଣ୍ଟା ଧାର୍ଯ୍ୟ କରାଯାଇଛି । ତେବେ ପ୍ରଥମ ଦିନ ଇଂରାଜୀ ପରୀକ୍ଷା ରହିଛି । ପରୀକ୍ଷା ଆରମ୍ଭ ହେବାର ୧୦ ମିନିଟ୍ ପୂର୍ବରୁ ପ୍ରଶ୍ନପତ୍ର ପ୍ରଦାନ କରାଯିବ । ସେହିପରି ଦ୍ୱାଦଶ ପରୀକ୍ଷା ମଧ୍ୟ ଏପ୍ରିଲ ୨୫ରୁ ଆରମ୍ଭ ହୋଇ ଜୁନ ୬ତାରିଖ ପର୍ଯ୍ୟନ୍ତ ଚାଲିବ ।

ଏହି ପରୀକ୍ଷା ଦୈନିକ ଅପରାହ୍ଣ ୨ଟାରୁ ଆରମ୍ଭ ହେବାକୁ ଥିବା ବେଳେ ୧ଟା୫୦ରେ ପ୍ରଶ୍ନପତ୍ର ପ୍ରଦାନ କରାଯିବ । ପ୍ରଶ୍ନପତ୍ର ପଢ଼ିବାକୁ ପରୀକ୍ଷାର୍ଥୀଙ୍କୁ ୧୦ମିନିଟ୍ ସମୟ ଦିଆଯିବ । ଏହି ପରୀକ୍ଷାର ସମୟ ଅବଧି ମଧ୍ୟ ଦେଢ଼ ଘଣ୍ଟା ଧାର୍ଯ୍ୟ କରାଯାଇଛି ।