ଲକ୍ଷ୍ମଣପୁର ଗ୍ରାମ ରେ ପତ୍ନୀଙ୍କ ସନ୍ଦେହ ଜନକ ମୃତ୍ୟୁ : ସ୍ୱାମୀ ଙ୍କୁ ଥାନା ରେ ଅଟକ

0
256
ଲକ୍ଷ୍ମଣପୁର ଗ୍ରାମ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୬/୩) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ଲକ୍ଷ୍ମଣପୁର ଗ୍ରାମ ରେ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଜଣା ପଡିଛି ।

ଆଡେନିଗଡ଼ ପଞ୍ଚାୟତ ସୂର୍ତ୍ତାଗଣ୍ଡା ଗ୍ରାମ ର ମାନସୀ ସାହୁ (୨୫) ଲକ୍ଷ୍ମଣପୁର ଗ୍ରାମ ର ବୃନ୍ଦାବନ ଙ୍କୁ ଵିଵାହ କରିଥିଲେ । ଦୁଇ ଦିନ ତଳେ ମାନସୀ ଙ୍କ ବାପା ସଡ଼କ ଦୁର୍ଘଟଣା ହୋଇଥିବା ବେଳେ ଉଭୟ ସ୍ୱାମୀ ସ୍ତ୍ରୀ ବାପା ଙ୍କୁ ଦେଖିବା ପାଇଁ ଫୁଲବାଣୀ ମେଡ଼ିକାଲ ଯାଇ ଘରକୁ ଫେରିଥିଲେ । କିନ୍ତୁ ସେହି ରାତି ମାନସୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ମାନସୀଙ୍କ ପରିବାର ଲୋକ ସନ୍ଦେହ କରି ବୃନ୍ଦାବନ ପରିବାର ଙ୍କ ନାମରେ ପୁରୁଣା କଟକ ଥାନା ରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି ।

ଏପଟେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିବା ସହ ସ୍ୱାମୀ ବୃନ୍ଦାବନ ଙ୍କୁ ଅଟକ ରଖି ପଚାର ଉଚରା ଜାରି ରଖିଥିବା ସୂଚନା ମିଳିଛି । ଏପଟେ ମହିଳାଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁ ର ସତ୍ୟାସତ୍ୟ କଥା ପଦାକୁ ଆସିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।