ଚାଲିଗଲା ଶୀତ : ଏବେ ତତଲା କଡ଼େଇରେ ସିଝିବ ସାରା ଓଡ଼ିଶା

0
150

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୭/୦୩) : ଚାଲିଗଲା ଶୀତ, ଏବେ ଆସୁଛି ଗ୍ରୀଷ୍ମ । ତତଲା କଡ଼େଇରେ ସିଝିବ ସାରା ଓଡ଼ିଶା । ରାଜ୍ୟରେ ଶୀତ କମିଥିବା ବେଳେ ଉପର ମୁହାଁ ହୋଇଛି ପାରଦ । ପଶ୍ଚିମ ଓଡ଼ିଶା ର ଅନେକ ଅଞ୍ଚଳରେ ୩୫ ଡିଗ୍ରୀ ଟପିଛି ତାପମାତ୍ରା ।

ଗତକାଲି ବଲାଙ୍ଗୀର ଟିଟଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୩୭.୨ ଡିଗ୍ରୀ ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ୱର ରେ ତାପମାତ୍ରା ୩୫.୨ ଓ କଟକରେ ୩୪.୬ ଡିଗ୍ରୀରେ ପହଞ୍ଚିଛି । ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ନିର୍ଦ୍ଧିଷ୍ଟ ପାଣିପାଗ ର ପ୍ରଭାବ ନଥିବା ବେଳେ ଆଗାମୀ ୫ ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଚାଲିଗଲା ଶୀତ କିନ୍ତୁ ଆଜି ସକାଳେ ଟ୍ବିନ୍‌ ସିଟିରେ ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ଗାଡ଼ି ଚାଳକମାନେ ସମସ୍ୟା ର ସମ୍ମୁଖୀନ ହୋଇଥିଲେ ।