ନାମାଙ୍କନ ଦାଖଲର ଶେଷ ଦିନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହ କିଛି କାଉନସିଲରଙ୍କ ନୋମିନେସନ

0
253
ନାମାଙ୍କନ ଦାଖଲର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୭/୦୩) : ଆଜି ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ ଥିଲା । ଆଜି ତିନି ପ୍ରମୁଖ ରାଜନୈତିକ ଦଳ ର ପୌର ଅଧ୍ୟକ୍ଷା ପ୍ରାର୍ଥୀ ନିର୍ବାଚନ ଅଧିକାରୀଙ୍କ ପାଖରେ ନିଜ ନିଜ ନାମାଙ୍କନ ଦାଖଲ କରିଛନ୍ତି ।

ସକାଳ ୧୦ ଟା ସୁଦ୍ଧା କୌଣସି ରାଜନୈତିକ ଦଳ ର ପ୍ରାର୍ଥୀ ଙ୍କ ନାମ ଘୋଷଣା ନ କରି ଚୁପ୍ ରହିଥିଲେ । ଯାହା ଫଳରେ ଲୋକ ଙ୍କ ମଧ୍ୟରେ ନାନା ପ୍ରଶ୍ନ ଉଙ୍କି ମାରିଥିଲା । ନାମାଙ୍କନ ଦାଖଲର ଶେଷ ଦିନରେ ବିଜେପି ରୁ ରାକମ୍ କମାଳି ଓ କଂଗ୍ରେସ୍ ତରଫରୁ କୋରିକାନା କଳା ବତୀ ଓ ବିଜେଡ଼ି ତରଫରୁ ଏମ୍. ସୁଧା ରାଣୀ ନାମାଙ୍କନ ଦାଖଲ କରିଥିବା ଜଣାଯାଇଛି । ଏତଦ୍ ବ୍ୟତୀତ ସବୁ ରାଜନୈତିକ ଦଳ ର କାଉନସିଲର ପ୍ରାର୍ଥୀ ଙ୍କ ସହ କିଛି ସ୍ଵାଧୀନ ପ୍ରାର୍ଥୀ ମଧ୍ୟ ତାଙ୍କର ନାମାଙ୍କନ ଦାଖଲ କରିଥିବା ଜଣା ପଡ଼ିଛି ।