ଆଜି ପାଳିତ ହେଉଛି ବିଶ୍ୱ ମହିଳା ଦିବସ

0
165
ଆଜି ପାଳିତ ହେଉଛି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୮/୦୩) : ଆଜି ପାଳିତ ହେଉଛି ବିଶ୍ୱ ମହିଳା ଦିବସ । ଅନ୍ତ୍ରରାଷ୍ଟ୍ରୀୟ ମହିଳା ଦିବସ ପ୍ରତିବର୍ଷ ୮ ମାର୍ଚ୍ଚ ରେ ପୃଥିବୀ ସାରା ପାଳନ କରାଯାଇଥାଏ । ବିଶ୍ୱ ର ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ପ୍ରତି ସମ୍ମାନ, ପ୍ରସଂଶା, ରାଜନୈତିକ ଓ ସାମାଜିକ ଉପଲବ୍ଧି ର ଉପଲକ୍ଷେ ଉତ୍ସବ ରୂପେ ପାଳନ କରାଯାଏ ।

ଆଜି ପାଳିତ ହେଉଛି ବିଶ୍ୱ ମହିଳା ଦିବସ । ଅଳତା ପିନ୍ଧା ପାଦ ଆଜି ପାହାଡ ଚଢୁଛି, ପୁଣି ଆକଶେ ଉଡୁଛି । ଏହାର ଅର୍ଥ ଆଜି ର ନାରୀ ଶଙ୍କିର୍ଣ୍ଣ ଚିନ୍ତାଧାରାରୁ ବହୁ ଉର୍ଦ୍ଧ୍ୱରେ । ବିଭିନ୍ନ ବାଧା ବିଘ୍ନ ସତ୍ତେ ନାରୀଟି ନିଜକୁ ପ୍ରତ୍ୟେକ କ୍ଷତ୍ରରେ ପ୍ରମାଣ କରାଇ ଦେଖାଇଛି ଯେ ତା ଦ୍ୱାରା ସବୁ ସମ୍ଭବ ।

କେବେ ଝିଅ ହୋଇ ବାପା-ଭାଇ ପ୍ରତି ଥିବା କର୍ତ୍ତବ୍ୟ ପାଳନ କରିଥାଏ ତ କେବେ ସ୍ତ୍ରୀ-ବୋହୂ ହୋଇ ନିଜର ସବୁ ଇଚ୍ଛାକୁ ମାରି ଅନ୍ୟ ର ଖୁସିରେ ଖୁସି ହୋଇଥାଏ । ଆଉ କେବେ ମାତୃତ୍ୱ ର ଗର୍ଭ ଯନ୍ତ୍ରଣା ସହି ନିଜ ସନ୍ତାନ ପାଇଁ ପ୍ରତ୍ୟେକ ଖୁସି ଜଳାଞ୍ଜଳି ଦେଇ ଦେଇଥାଏ । ଏହି ସବୁ ଚରିତ୍ର ଭିତରେ ନିଜକୁ ହଜାଇ ଦେଇ ଦୃଢ ଇଚ୍ଛା ଶକ୍ତିରେ ଆଗକୁ ବଢି ଚାଲିଥାଏ ।

ପ୍ରତିଟି କ୍ଷେତ୍ରରେ ନାରୀ ଆଜି ସମ୍ମାନର ଖବୁ ଆଗରେ । ନାରୀର ଏହି ସେହି ଅଦମ୍ୟ ଇଚ୍ଛାକୁ ସମ୍ମାନ ଜଣାଇ ” ବିଶ୍ୱ ମହିଳା ଦିବସ ” ପାଳନ କରାଯାଉଛି । ଏକା ଅର୍ଥରେ କହିବାକୁ ଗଲେ ଆଜି ଦିନଟି ନାରୀ ର । ତେବେ ଏଠି ଆମ ମନରେ ନିଶ୍ଚୟ ଏହି ପ୍ରଶ୍ନ ଆସୁଥିବ ଯେ ଏହି ବିଶ୍ୱ ମହିଳା ଦିବସଟି କେବେଠୁ ପାଳିତ ହେଇ ଆସୁଛି ।