ଖଣ୍ଡାବା ସରପଞ୍ଚ ଙ୍କ ଦାୟିତ୍ୱ ଗ୍ରହଣ

0
289
ଖଣ୍ଡାବା ସରପଞ୍ଚ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୦୯/୦୩) : ଆଜି କାଶୀନଗର ବ୍ଲକ ର ଖଣ୍ଡାବା ଗ୍ରାମ ପଞ୍ଚାୟତ ସରପଞ୍ଚ ନିଜ ଦାୟିତ୍ଵ ନେଇ ପ୍ରଥମେ ନିଜ କାର୍ଯ୍ୟାଳୟକୁ ଯାଇଥିଲେ । ଏହି ପଞ୍ଚାୟତରେ ନବ ନିର୍ବାଚିତ ମହିଳା ସରପଞ୍ଚ ସିଏଚ ମାଧବୀ ଆଜି ପୂଜା ଅର୍ଚ୍ଚନା କରି ନିଜ କାର୍ଯ୍ୟାଳୟକୁ ପ୍ରବେଶ କରିଥିଲେ ।

ପଞ୍ଚାୟତ ର କର୍ମୀ ମାନେ ମାଧବୀଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥି ସାଙ୍ଗକୁ ଏହି ନିର୍ବାଚନରେ ଖଣ୍ଡାବା ସରପଞ୍ଚ ଙ୍କୁ ଜିତାଇଥିବା ସମସ୍ତ ନେତାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପୁରିଟି ଗୁଡା ର ନେତା ତଥା ବ୍ଲକ ବିଜେଡ଼ିର ପୂର୍ବତନ ସଭାପତି ଆର୍ ସତୀଶ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଦୁଇ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଜି ତିରୁପତି ରାଓ, ଶ୍ରୀମତୀ ଆର୍ ରାଜଲକ୍ଷ୍ମୀ, ଆର୍. ପାପା ରାଓ, ଆର୍. ରାମ୍ ପ୍ରସାଦଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଉତ୍ସବରେ ବହୁ ଦଳୀୟ କର୍ମୀ ଯୋଗ ଦେଇଥିଲେ । ସରପଞ୍ଚ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ହୋଇଥିବାରୁ ବହୁ ଆଡମ୍ବର ରେ ଏହାକୁ ପାଳନ କରାଯାଇଥିବା ଶ୍ରୀ ସତୀଶ ସୁଚନା ଦେଇଛନ୍ତି ।