କାର ସହ ଟ୍ରାକ୍ଟର ର ମୁହାଁମୁହିଁ ଧକ୍କା, ଜଣେ ଶ୍ରମିକ ଆହତ

0
192
କାର ସହ ଟ୍ରାକ୍ଟର

ରିପୋର୍ଟ : ନରତ୍ତମ ପାଢୀ //
ରାମନାଗୁଡା, (୯/୩) : ରାୟଗଡା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ରାମନାଗୁଡା ବ୍ଲକ ସ୍ଥିତ ପାର୍ଲା କଲୋନୀ ନିକଟରେରେ ବୁଧବାର ଦିନ ସକାଳ ଏଗାରଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟି ଯାଇଛି | କାର ସହ ଟ୍ରାକ୍ଟର ର ମୁହାଁମୁହିଁ ଧକ୍କା ହୋଇଛି |

ମିଳିଥିବା ସୂଚନା ଅନୁଯାୟୀ ତିନି ଜଣ ଯୁବକ ଓଡି ୦୭ ଏ ୭୫୫୫ ନମ୍ବର ବିଶିଷ୍ଟ ନିଜ କାରରେ ବ୍ରହ୍ମପୁର ଠାରୁ କୋରାପୁଟ ଜିଲ୍ଲା ସିମିଳିଗୁଡ଼ା ଯିବା ସମୟରେ ବିପରୀତ ଦିଗରୁ ଆସୁଥିବା ଓଡ଼ି ୧୮ ଡି ୩୩୧୨ ଡାଲା ଓ ଓଡି ୧୮ ଡି ୩୩୧୩ ଇଞ୍ଜିନ ନମ୍ବର ବିଶିଷ୍ଟ ଟ୍ରାକ୍ଟରଟି ରାମନାଗୁଡା ଠାରୁ ବାଲି ଖାଲି କରି ଗୁମୁଡା ଯାଉଥିବା ବେଳେ ରାମନାଗୁଡା ସଦର ଠାରୁ ୪ କିଲୋମିଟର ଦୂର ପାର୍ଲା ଠାରେ କାର ସହ ଟ୍ରାକ୍ଟର ର ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଥିବା ଜଣା ପଡିଛି |c0b034dd 789d 4d9c 928a 5cdb138cd837 କାର ସହ ଟ୍ରାକ୍ଟର ର ମୁହାଁମୁହିଁ ଧକ୍କା, ଜଣେ ଶ୍ରମିକ ଆହତ

ଟ୍ରାକ୍ଟର ଟି ଖାଲ ଗୁମୁଡ଼ାର ଗ୍ରାମ ର ହୋଇଥିବା ବେଳେ ଡ୍ରାଇଭର ନବୀନ ବିଡ଼ିକା ସୁରକ୍ଷିତ ଭାବେ ଥିବା ବେଳେ ଉକ୍ତ ଟ୍ରାକ୍ଟରରେ ନିୟୋଜିତ ଥିବା ଖମ୍ବାଗୁଡା ଗ୍ରାମ ର ରମେଶ ନାମକ ଶ୍ରମିକଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ସୂଚନା ମିଳିଛି | ସେହିପରି କାରରେ ଯାତ୍ରା କରୁଥିବା ତିନି ଜଣ ଯୁବକଙ୍କ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ କାର ଟିର ସମ୍ମୁଖ ଭାଗଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି | ଏମାନଙ୍କ ମଧ୍ୟରୁ ତିନି ଯୁବକଙ୍କ ପରିଚୟ ମିଳିପାରି ନାହିଁ |

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ରାମନାଗୁଡା ଫାଣ୍ଡି ଅଧିକାରୀ ପୃଥୀବିରାଜ ଝୋଂକାର ଏବଂ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଟ୍ରାକ୍ଟର ଏବଂ କାରକୁ ଜବତ କରି ଆହତ ଅବସ୍ଥାରେ ଥିବା ଶ୍ରମିକଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ରାମନାଗୁଡା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ପଠାଇ ଦେଇ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଜଣା ପଡିଛି ।