ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ସରିବ ନା’ ଆଗକୁ ବଢିବ ? ଆଜି ତୁର୍କୀରେ ହୋଇପାରେ ଫୈସଲା

0
144
ଋଷ-ୟୁକ୍ରେନ ମଧ୍ୟରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //

ତୁର୍କୀ ନେତାଙ୍କ ଉପସ୍ଥିତିରେ ରୁଷ ଓ ୟୁକ୍ରେନ ବିଦେଶ ମନ୍ତ୍ରୀଙ୍କ ବୈଠକ, ଶାନ୍ତି ପାଇଁ ହେବ ଆଲୋଚନା

ନୂଆଦିଲ୍ଲୀ/ୟୁକ୍ରେନ, (୧୦/୦୩) : ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଯୁଦ୍ଧ ରୋକିବା ପାଇଁ ଆଜି ତୁର୍କୀରେ ଋଷ ବିଦେଶ ମନ୍ତ୍ରୀ ଓ ୟୁକ୍ରେନ ବିଦେଶ ମନ୍ତ୍ରୀଙ୍କ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି । ତୁର୍କୀ ର ବୈଦେଶିକ ମନ୍ତ୍ରୀ ମେବଲୁତ କାବୁସୋଗ୍ଲ ଏହି ସୂଚନା ଦେଇଛନ୍ତି ।

ଏହି ବୈଠକ ତୁର୍କି ର ଅନ୍ତାଲ୍ୟାରେ ବସିବ ବୋଲି ଜଣା ପଡିଛି । ଏହି ବୈଠକରେ ଫୈସଲାରୁ ଜଣା ପଡିବ, ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଗକୁ ବଢିବ ନା’ ଯୁଦ୍ଧ ସମାପ୍ତ ହେବ । ରିପୋର୍ଟ ମୁତାବିକ୍ ଋଷ ଏବଂ ୟୁକ୍ରେନ ଉପରେ ଆକ୍ରମଣ ପରେ ପ୍ରଥମ ଥର ପାଇଁ ଦୁଇ ଦେଶର ନେତାଙ୍କୁ ଏକାଠି କରି ଅନ୍ୟ ଏକ ଦେଶ ବୈଠକ କରିବାକୁ ଯାଉଛି ।

ଯୁଦ୍ଧ ର ସମାପ୍ତି ପାଇଁ ଏହାରି ଭିତରେ ତିନି ଥର ପ୍ରତିନିଧି ମଣ୍ଡଳ ସ୍ତରୀୟ ବୈଠକ ବସିଛି । ହେଲେ କୌଣସି ନିର୍ଯାସ ବାହାରି ପାରିନାହିଁ । ତେଣୁ ଆଜି ତୁର୍କୀରେ ହେବାକୁ ଥିବା ବୈଠକ ରୁ କଣ ନିର୍ଯାସ ବାହାରୁଛି ତାହା ଉପରେ ସାରା ବିଶ୍ୱ ନଜର ରଖିଛି ।