ପୁଣି ୫ଟି ସହର ରେ ଯୁଦ୍ଧ ବିରତି ଘୋଷଣା କଲା ଋଷିଆ : ଦିନ ସାଢ଼େ ୧୨ଟାରୁ ବନ୍ଦ ରହିବ ଯୁଦ୍ଧ

0
152
ପୁଣି ୫ଟି ସହର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ୟୁକ୍ରେନ/ନୂଆଦିଲ୍ଲୀ, (୦୮/୦୩) : ଆଜି ପୁଣି ୫ଟି ସହର ପାଇଁ ଅସ୍ତ୍ର ବିରତି ଘୋଷଣା କରିଛି ଋଷ । କିଭ୍, ଖାରକିଭ୍, ମାରିୟିପୋଲ, ସୁମି ଓ ଚେର୍ନିହିଭ୍ ସହର ପାଇଁ ଅସ୍ତ୍ର ବିରତି ଘୋଷଣା ହୋଇଛି । ଭାରତୀୟ ସମୟ ୧୨ ଟା ୩୦ ରୁ ଏହି ଅସ୍ତ୍ର ବିରତି ଲାଗୁ ହେବ ।

ଆଜି ପୁଣି ୫ଟି ସହର ପାଇଁ ଅସ୍ତ୍ର ବିରତି ଘୋଷଣା ସମୟରେ ଲୋକଙ୍କୁ ଖାଲି କରିବାକୁ ସ୍ୱତନ୍ତ୍ର କରିଡର ବା ହ୍ୟୁମାନିଟାରିଆନ କରିଡର ପ୍ରସ୍ତୁତ ହୋଇଛି । ଫଳରେ ବିଦେଶୀ ନାଗରିକମାନେ ଯୁଦ୍ଧ କ୍ଷେତ୍ରରୁ ସୁରକ୍ଷିତ ଭାବେ ବାହାରି ଆସିବେ ।

ସୁମିରେ ଏବେ ବି ପ୍ରାୟ ୭ ଶହ ଭାରତୀୟ ଫସି ରହିଛନ୍ତି । କିନ୍ତୁ ସେମାନଙ୍କୁ ଉଦ୍ଧାର କରାଯାଇ ପାରୁନାହିଁ । ସୁମିରେ ଗୋଳାବର୍ଷା ଏବଂ ହିଂସା ଜାରି ରହିଛି । ଗମନାଗମନ ର କୌଣସି ସୁବିଧା ନଥିବାରୁ ସୁମିରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଛି । ଗତକାଲି ମଧ୍ୟ ସୁମି ସହର ପାଇଁ ସାମୟିକ ଯୁଦ୍ଧ ବିରତି ଘୋଷଣା କରାଯାଇଥିଲା । ଏହି ସମୟରେ ସୁମିରେ ଫଶି ରହିଥିବା ଭାରତୀୟ ୟୁକ୍ରେନ୍ ସୀମାକୁ ଯିବା ପାଇଁ ବସରେ ଚଢିଥିଲେ । ହେଲେ ଯୁଦ୍ଧ ବିରତିର ସମୟ ଶେଷ ହୋଇ ଯାଇଥିବାରୁ ସେମାନଙ୍କୁ ବସରୁ ଓହ୍ଲାଇ ଦିଆଯାଇ ଥିଲା ।

ଏହାରି ଭିତରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷ୍ ରାଷ୍ଟ୍ରପତି ପୁଟିନଙ୍କ ସହ ଫୋନ୍ ଯୋଗେ ଆଲୋଚନା କରିଥିଲେ । ସୁମିରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ଉପରେ ମୋଦି ଗୁରୁତ୍ୱାରୋପ କରିଥିଲେ । ପୁଟିନ୍ ମଧ୍ୟ ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ସୁବ ପ୍ରକାର ସହଯୋଗ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।