ଆଜି ଆସିବ ୫ଟି ରାଜ୍ୟ ର ବିଧାନସଭା ଫଳ : ସକାଳ ୮ ଟାରୁ ଭୋଟ ଗଣତି

0
156
ଆଜି ଆସିବ ୫ଟି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ
ନୂଆଦିଲ୍ଲୀ, (୧୦/୦୩) : ଆଜି ଆସିବ ୫ଟି ରାଜ୍ୟ ର ବିଧାନସଭା ନିର୍ବାଚନ ଫଳାଫଳ । ଉତ୍ତରପ୍ରଦେଶ, ପଞ୍ଜାବ, ଉତରାଖଣ୍ଡ, ଗୋଆ, ମଣିପୁରରେ କାହାକୁ ମିଳିବ ଜନାଦେଶ ? କେଉଁ ଦଳ ଗଠନ କରିବ ସରକାର ? ସନ୍ଧ୍ୟା ସୁଦ୍ଧା ଜଣା ପଡିବ ।

ଆଜି ଆସିବ ୫ଟି ରାଜ୍ୟ ର ବିଧାନସଭା ଫଳ । ସକାଳ ୮ ଟାରୁ ଭୋଟ ଗଣତି ଆରମ୍ଭ ହେବ । ସବୁଥର ଭଳି ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେବ ଓ ପରେ ଇଭିଏମ ଖୋଲାଯିବ । ଉତ୍ତର ପ୍ରଦେଶ ର ୪୦୩ ଆସନ, ପଞ୍ଜାବ ର ୧୧୭ ଆସନ, ଉତ୍ତରାଖଣ୍ଡ ୭୦, ମଣିପୁରର ୬୦ ଓ ଗୋଆ ର ୪୦ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇ ରହିଛି । ଏବେ ସମସ୍ତଙ୍କ ନଜର ଇଭିଏମ ରୁ ଜନତାଙ୍କ ନିଷ୍ପତି କଣ ଆସୁଛି ।

ସେପଟେ ବୁଥ ବାହୁଡା ମତ ଆଧାରରେ କରାଯାଇଥିବା ପୋଲସ ରିପୋର୍ଟରେ ୟୁପିରେ ଯୋଗୀ ସରକାର ପୁଣି କ୍ଷମତାକୁ ଫେରୁଥିବା ଜଣା ପଡିଛି । ସେହିପରି ପଞ୍ଜାବରେ ଆମ ଆଦମୀ ପାର୍ଟି ବହୁମତ ପାଇ ସରକାର ଗଢୁଥିବା ଏକଜିଟ ପୋଲ ରିପୋର୍ଟ ଆସିଛି । ଯଦି ଏହା ସତ ହୁଏ ତେବେ ପ୍ରଥମ ଥର ପାଇଁ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ଦିଲ୍ଲୀ ର ସୀମା ଡେଇଁ ପଞ୍ଜାବରେ ସରକାର ଗଢିବାକୁ ଯାଉଛି ।

ସେପଟେ ଉତ୍ତରାଖଣ୍ଡ ଓ ଗୋଆରେ ଝୁଲା ସରକାର ଆକଳନ ଏକଜିଟ୍ ପୋଲ୍ ରିପୋର୍ଟ ଆସିଥିବାରୁ, ଏହି ଦୁଇ ରାଜ୍ୟରେ ରାଜନୈତିକ ଗତିବିଧି ବଢିଯାଇଛି । ମଣିପୁରରେ ବିଜେପି ଏକକ ବୃହତ ଦଳ ଭାବେ ଉଭା ହୋଇ ସରକାର ଗଢିବ ବୋଲି ବୁଥ ବାହୁଡା ମତରୁ ଆକଳନ କରାଯାଇଛି ।