ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ହେଲେ ନିରୁପମା ପଟେଲ

0
165
ଖପ୍ରାଖୋଲ ବ୍ଲକ

ରିପୋର୍ଟ : ସନ୍ତୋଷ ନାୟକ //
ଖପ୍ରାଖୋଲ, ବଲାଙ୍ଗିର, (୧୨/୦୩) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ପଞ୍ଚାୟତ ସମିତି ଅଧ୍ୟକ୍ଷା ଆସନ ପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବ୍ଲକର ମୋଟ ୨୧ ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ଆଜି ୧୪ ଜଣ ଉପସ୍ଥିତ ଥିବା ବେଳେ ୭ ଜଣ ଅନୁପସ୍ଥିତ ଥିଲେ ।

ନିରୁପମା ପଟେଲ ବିଜେଡି ସମର୍ଥିତ ପ୍ରାର୍ଥିନୀ ଭାବେ ଜଣେ ମାତ୍ର ନାମାଙ୍କନ ପତ୍ର ଦାଖଲ କରିଥିଲେ ଓ ତାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା । ତାଙ୍କୁ ବ୍ଲକ ଗେଟ ଠାରେ ବିଧାୟକଙ୍କ ପ୍ରତିନିଧି ପଞ୍ଚୁଦେବ ସାହୁ, ଖପ୍ରାଖୋଲ ବ୍ଲକ ବିଜେଡି ସଭାପତି ରମେଶ ପ୍ରଧାନ, ଜୋନ-୪ ବିଜେଡି ସଭାପତି ସିମାଞ୍ଚଳ ପୁରୋହିତ, ଗୋବିନ୍ଦ ବାରିକ ପ୍ରମୁଖ ସ୍ୱାଗତ କରିଥିଲେ । ପ୍ରକାଶ ଥାଉକି ଶ୍ରୀମତୀ ନିରୁପମା ପଟେଲ ଏହା ପୂର୍ବରୁ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ବ୍ଲକ ଉପାଧ୍ୟାକ୍ଷା ଭାବେ କାର୍ଯ୍ୟ କରିସାରିଛନ୍ତି ।

ତେଣୁ ତାଙ୍କ ନେତୃତ୍ୱରେ ବ୍ଲକର ସର୍ବବିଧ ଉନ୍ନତି ହୋଇପାରିବ ବୋଲି ଆଶା କରାଯାଉଛି । ସେ ଏଥର ଧଣ୍ଡାମୁଣ୍ଡା ସମିତି ସଭ୍ୟ ନିର୍ବାଚନରେ ଲଢ଼ି ୧୨୭୧ ଭୋଟ ପାଇ ବିଜୟୀ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କିଶୋର ସେଠ୍, ପଦ୍ମନାଭ ନାଏକ, ସୁଶୀଲ ପ୍ରଧାନ, ପ୍ରମୋଦ ବାରିକ, ତାପସ ବେହେରା, ଟୁଲୁ ପ୍ରଧାନଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ଆଜି ନିର୍ବାଚନ ଅଧିକାରୀ ଭାବେ ତୁରେକେଲା ବିଡ଼ିଓ ଦେବାଶିଷ ସାମଲ ଯୋଗ ଦେଇଥିଲେ ।