ଶାନ୍ତି ଆନନ୍ଦ ବାବା ମଠ ବୃନ୍ଦାବନ ଠାରେ ୧୧ ତମ ଶ୍ରୀମଦ ଭାଗବତ ନାମ ଯଜ୍ଞ ଅନୁଷ୍ଠିତ

0
167
ଶାନ୍ତି ଆନନ୍ଦ ବାବା

ରିପୋର୍ଟ : ସୁଶାନ୍ତ ବେହେରା 
ହରଭଙ୍ଗା, (୧୪/୦୩) : ହରଭଙ୍ଗା ବ୍ଲକ ମଥୁରା ପଞ୍ଚାୟତ ବୃନ୍ଦାବନ ପାହାଡ଼ ଉପରେ ଥିବା ଶାନ୍ତି ଆନନ୍ଦ ବାବା ମଠ ଠାରେ ଗତ କାଲି ସକାଳ ୮ ଟାରେ ଶୁଭ କଳସ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ।WhatsApp Image 2022 03 16 at 9.21.31 AM ଶାନ୍ତି ଆନନ୍ଦ ବାବା ମଠ ବୃନ୍ଦାବନ ଠାରେ ୧୧ ତମ ଶ୍ରୀମଦ ଭାଗବତ ନାମ ଯଜ୍ଞ ଅନୁଷ୍ଠିତ

ଶାନ୍ତି ଆନନ୍ଦ ବାବା ମଠ ର ମଠାଧୀଶ ପ୍ରଶାନ୍ତ ଦାସ, ମଥୁରା ପଞ୍ଚାୟତ ଅଞ୍ଚଳ ବାସୀ, ଧାର୍ମିକ, ଇଶ୍ୱର ବିଶ୍ୱାସୀ ଭିକାରି ଘିବଲା, କପିଳ ବlହୁକ, କମ୍ଭୁନାଥ ପ୍ରଧାନ, ଶିବ ଡାଙ୍ଗ, ରୁଷି କର୍ଣ୍ଣ, ସଞ୍ଜୟ ପ୍ରଧାନ, ପ୍ରେମାନନ୍ଦ କର୍ଣ୍ଣ ମିଳିତ ସହଯୋଗ ରେ ଶତାଧିକ ମହିଳା ମାନେ ଶୁଦ୍ଧ ପୁତ ଚିତ୍ତ ରେ ପୂର୍ଣ୍ଣ କଳସ ରେ ଜଳ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ ।

ଆଜି ପ୍ରାତଃ ରୁ ଭଗବାନ ଶ୍ରୀ କୃଷ୍ଣ ଙ୍କ ବାଣୀ ଶ୍ରୀମଦ ଭାଗବତ ୧୧ ତମ ନାମ ଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି । ନାମ ଯଜ୍ଞ ସହିତ ଅନ୍ନ ଯଜ୍ଞ, ଘୃତ ଯଜ୍ଞ ମଧ୍ୟ କରାଯାଇଛି । ଏହି ମହୋତ୍ସବ ରେ ଶହ ଶହ ଈଶ୍ୱର ପ୍ରେମୀ ଓ ଧାର୍ମିକ ଭକ୍ତ ଙ୍କ ସମାଗମ ହୋଇଛି ।