ଦାୟିତ୍ୱ ନେଲେ ରାମଗଡ ପଞ୍ଚାୟତ ସରପଞ୍ଚ

0
363
ଦାୟିତ୍ୱ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୬/୦୩) : ହରଭଙ୍ଗା ବ୍ଲକ ବିଡ଼ିଓ ଙ୍କ ସୁପାରିଶ କ୍ରମେ ଆଜି ରାମଗଡ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ପ୍ରବାସିନୀ ଯୋଶୀ ନିଜର ଦାୟିତ୍ୱ ବହନ କରିଛନ୍ତି |

ରାମଗଡ ପଞ୍ଚାୟତ ର ବିଗତ ଦିନ ର ସମସ୍ତ କାର୍ଯ୍ୟ, ଆୟ ବ୍ୟୟ, ବିଭିନ୍ନ ଯୋଜନା ର ହିସାବ ପଞ୍ଚାୟତ ଅଧିକାରୀ ପୁରନ୍ଦର ଠେଲା ଶ୍ରୀମତୀ ଯୋସୀଙ୍କୁ ବୁଝାଇବା ସହିତ ସମସ୍ତ ହିସାବ ଦେଇଥିଲେ | ଏହି ଅବସରରେ ଦାୟିତ୍ୱ ନେବା ପରେ ସରପଞ୍ଚ ଶ୍ରୀମତୀ ପ୍ରବାସିନୀ ଯୋଶୀ ଆଗାମୀ ପାଞ୍ଚ ବର୍ଷ ପଞ୍ଚାୟତ ଜନସାଧାରଣ ଙ୍କ ସର୍ବାଙ୍ଗୀନ ଉନ୍ନତି କରିବା ସହିତ ରାମଗଡ଼ ପଞ୍ଚାୟତ କୁ ଏକ ଆଦର୍ଶ ପଞ୍ଚାୟତ ଭାବେ ଗଢି ତୋଳିବା ପାଇଁ  ଦୃଢ଼ ପ୍ରତିଶୃତି ଦେଇଥିଲେ |